ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତରେ ଶୋକସଭା

February 05, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତରେ  ଶୋକସଭା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 05, 2020

ସ୍ଥାନୀୟ ଉତ୍କଳ ଆଶ୍ରମ ଆଲୋଚନା କକ୍ଷରେ ମହେନ୍ଦ୍ର କଳା ସାହିତ୍ୟ ସଂସଦ ତରଫରୁ ଓଡିଶା ର ସର୍ବମାନ୍ୟ ବିପ୍ଳବୀ କବି ଅତିବଡ଼ି ସମ୍ମାନ ପ୍ରାପ୍ତ କାଳଜୟୀ ସ୍ରଷ୍ଟା କବି ରବିସିଂହଙ୍କ ଦେହାନ୍ତରେ ଶୋକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସଂସଦର ସଂପାଦକିକା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପଣ୍ଡା ପୌରୋହିତ୍ୟ କରିଥିବାବେଳେ ଉପସଭାପତି ଦୀନବନ୍ଧୁ ଶ୍ରୀପଲ୍ଲବ ସଂଗଠନ ସଂପାଦକିକା ଉଷାରାଣୀ ମହାପାତ୍ର, ଅତିଥି ଭାବରେ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ଶରତ କୁମାର ଦାସ ପ୍ରମୁଖ ଯୋଗଦାନକରି କବି ରବିସିଂହଙ୍କ କୃତି ସଂପର୍କରେ ଆଲୋଚନା କରିଥିଲେ।ସେ ଜଣେ ନିର୍ଭିକ ତଥା ସାଲିସ ବିହୀନ କବି ଥିଲେ। ତାଙ୍କର ଚରମପତ୍ର, ଜାରଜ ପ୍ରଭୃତି ବହୁଚର୍ଚିତ କବିତା ଓଡିଆ ସାହିତ୍ୟର କାଳଜୟୀ କୃତି ବୋଲି ଆଲୋଚକ ମତବ୍ୟକ୍ତ କରିଥିଲେ। ଉପସଭାପତି ଶ୍ରୀପଲ୍ଲବ 'ଚରମପତ୍ର ଘେନ ରବିସିଂହ' କବିତା ଆବୃତି କରିବା ସହ କବିଙ୍କର ଯନ୍ତ୍ରଣା ଜର୍ଜରିତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ।ଏହି ଶୋକ ସଭାରେ ବରିଷ୍ଟ କବୟିତ୍ରୀ ଶ୍ରୀମତୀ କିରଣ ବାଳା ମିଶ୍ର,ଶ୍ରୀମତୀ ପ୍ରମିତା ପଣ୍ଡା, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ଉମାକାନ୍ତ ଦାସ ରବିନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ସମେତ ବହୁ କବି ଲେଖକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଦୀନବନ୍ଧୁ ଶ୍ରୀପଲ୍ଲବ
ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାଗ୍ୟପ୍ରଭା ନିୟୁଜର ପ୍ରଭାବ ପ୍ରାଣୀବୀମା ଯୋଜନାରେ ଠକେଇ ହୋଇଥିବା ଟଙ୍କା ଫେରସ୍ତ ପାଇଲେ ହିତାଧିକାରୀ ।

ଭାଗ୍ୟପ୍ରଭା ନିୟୁଜର ପ୍ରଭାବ ପ୍ରାଣୀବୀମା ଯୋଜନାରେ ଠକେଇ ହୋଇଥିବା ଟଙ୍କା ଫେରସ୍ତ ପାଇଲେ ହିତାଧିକାରୀ ।

Read More...

ନିର୍ଭୟା ମାମଲାରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ନିର୍ଭୟା ମାମଲାରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: