ବଙ୍ଗୋପସାଗରେ ଡଙ୍ଗା ବୁଡି , ୧୫ ଯାତ୍ରୀ ମୃତ

February 12, 2020, ଦେଶଦୁନିଆ, , BHAGYAPRABHA NEWS
ବଙ୍ଗୋପସାଗରେ ଡଙ୍ଗା ବୁଡି , ୧୫ ଯାତ୍ରୀ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 12, 2020

ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରାବାହୀ ଡଙ୍ଗା ବୁଡିଯାଇ ୧୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଙ୍ଗା ବୁଡିରେ ନିଖୋଜ ଥିବା ଯାତ୍ରୀମାନଙ୍କୁ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତକ ରୋହିଙ୍ଗ୍ୟା ଶରଣାର୍ଥୀ ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବଙ୍ଗୋପସାଗରରେ ଯାତ୍ରାକରୁଥିଲା । ମଙ୍ଗଳବାର ଦିନ ସକାଳ ୭ଟା ସମୟରେ ହଠାତ୍‌ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡି ଦ୍ବାରା ୧୫ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୭୦ଜଣ ଲୋକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୦ଜଣ ନିଖୋଜ ଥିବା ସୂଚନା ରହିଛି ।ନିଖୋଜ ଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସେନା ବାହିନୀର ସହଯୋଗ ମଗାଯାଇଛି । ସେନାବାହିନୀ , ସ୍ଥାନୀୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସ୍ଥାନୀୟ ସେନା ଅଧିକାରୀଙ୍କ ସୂଚନାନୁସାରେ ଡଙ୍ଗାରେ ପ୍ରାୟ ୩୦୦ରୁ ଅଧିକ ଜଣ ଯାତ୍ରା କରୁଥିଲେ । ବର୍ତ୍ତମାନ ସୁଦ୍ଧା ଡଙ୍ଗା ବୁଡିର କାରଣ ଅସ୍ପଷ୍ଟ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Read More...

 ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ୱାଲ

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ୱାଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: