ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ

February 18, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ଉଦଯାପିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 18, 2020

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବର ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ଉଡଯାପନି ଉତ୍ସବରେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କଲାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ବ୍ରହ୍ମପୁର ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ଅମୃତ ସେଠୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ତଥା ବୁଗୁଡା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣାଙ୍କ ସମେତ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ସ୍ଵାଇଁ, ଡ଼ଃ ପ୍ରିୟବ୍ରତ ପ୍ରଧାନ,ବିଭୂଦତ୍ତ ମହାପାତ୍ର,ସୁରେଶକାନ୍ତ ଜେନା,ଓ କାହ୍ନୁ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସମେତ ତାଲିମ ବିଷୟରେ ସଂକ୍ଷେପରେ ମତ ରଖିଥିଲେ।ମହାବିଦ୍ୟାଳୟର ୧୨୫ ଜଣ ଛାତ୍ରୀ ବୃନ୍ଦଙ୍କୁ ମାଷ୍ଟର ଟ୍ରେନର ଦିବ୍ୟାନୀ ସାହୁ,ରଚନା ପ୍ରଧାନ, ପୂଜାରାଣୀ ପ୍ରଧାନ ଓ ଚାନ୍ଦିନୀ ସାହୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଶେଷରେ ତାଲିମ ପ୍ରାପ୍ତ ଛାତ୍ରୀମାନେ ସେମାନେ ଶିକ୍ଷିଥିବା ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅତିଥି ବୃନ୍ଦଙ୍କ ଦ୍ଵାରା ସମସ୍ତ ଛାତ୍ରୀଙ୍କୁ ତାଲିମ ପ୍ରମାଣ ପତ୍ର ସହ ରାଜ୍ୟ ସରକାର ଯୋଗଇଥିବା ମହିଳାଙ୍କ ଆତ୍ମରକ୍ଷା ପାଇଁ ଏକ ଗାଇଡ ବହି "ରିଆକ୍ଟ" ପ୍ରଦାନ କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆନ୍ଧ୍ରକୁ  ବେଆଇନ ଚୋରା ବାଲି ଚାଲଣ  ବେଳେ ଧରିଲେ ସ୍ଥାନୀୟ ଲୋକେ

ଆନ୍ଧ୍ରକୁ ବେଆଇନ ଚୋରା ବାଲି ଚାଲଣ ବେଳେ ଧରିଲେ ସ୍ଥାନୀୟ ଲୋକେ

Read More...

  ପଟ୍ଟାରିକ୍ସାରେ ବୁହା ହେଲା ଶବ

ପଟ୍ଟାରିକ୍ସାରେ ବୁହା ହେଲା ଶବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: