ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ; ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି

February 26, 2020, ରାଜନୀତି, ଗଞ୍ଜାମ, Kiran Behera
ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ; ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି
Kiran Behera
[ Reporter,Digapahandi ]
Bhagyaprabha News Bureau
February 26, 2020

ଦିଗପହଣ୍ଡି ବ୍ଳକ ଗଣିଆନାଳ ଛକ ନିକଟ କୁରେଇଶୁଣୀ ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି ।ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଗ୍ରାମାଞ୍ଚଳ ର ବିବିଧ ଜନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାର୍ଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ସଭାରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା । ସପିଆଇ ଗଞ୍ଜାମ ଜିଲା ସମ୍ପାଦକ ପ୍ରକାଶ ପାତ୍ର ,ସହ ସମ୍ପାଦକ ଅଳକ ନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ ବିସ୍ମୟଜନକ ଭାବେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଛି । ଦୁର୍ନୀତି,ବେକାରୀ,ଦରବୃଦ୍ଧି ଦୃତଗତିରେ ବଢ଼ିବାରେ ଲାଗିବା , କୃଷିର ବିକାଶ ହୋଇନଥିବା , ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ଵ ସରକାରୀ ପଦବୀ ଖାଲିପଡ଼ିବା , ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଚରମ ଅବହେଳା ଏବଂ ଛାତ୍ର, ମହିଳା, ଦଳିତ,ସଂଖ୍ୟାଲଘୁ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ଯୋଜନାବଦ୍ଧ ଭାବେ ବଢ଼ିଚାଲିଥିବା ବେଳେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି , ପ୍ରଗତିଶୀଳ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରାଯାଇ ଜନସାଧାରଣଙ୍କୁ ମୌଳିକ ସମସ୍ୟା ସମାଧାନ ଠାରୁ ଦୂରେଇ ରଖାଯାଉଛି ।ସରକାର କେବଳ ଆତ୍ମପ୍ରଚାର ପାଇଁ ନୂଆଁ ନୂଆଁ ଯୋଜନା ଘୋଷଣା କରିଥିଲେ ମଧ୍ୟ ଯୋଜନା ର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଡିଜେଲ,ପେଟ୍ରୋଲ ଓ ରନ୍ଧନ ଗ୍ୟାସ ର ଦର ବଢ଼ି ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଦେଶ ଘୋର ସଙ୍କଟ ମଧ୍ୟରେ ଗତିକରୁଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ହିତାଧିକାରୀ ଙ୍କୁ ପୁଣି ଥରେ ଅଯୋଗ୍ୟ ଘୋଷଣା ତାଙ୍କ ଚାଷୀ ବିରୋଧୀ ନୀତିକୁ ପଦାରେ ପକାଇଦେଇଛି ବୋଲି କହିଥିଲେ। ଚାଷୀଙ୍କୁ ଉତ୍ପାଦିତ ଫସଲର ଲାଭଜନକ ଦର ପ୍ରଦାନ।ବ୍ୟାଙ୍କ ଓ ବୀମା ଶିଳ୍ପର ଘରୋଇକରଣ ବନ୍ଦ କରିବା । ଶିକ୍ଷିତ ବେକାରଙ୍କୁ କର୍ମନିଯୁକ୍ତି । ଶିକ୍ଷାର ବ୍ୟବସାୟୀକରଣ ବନ୍ଦ କରିବା।ଜାତି ଧର୍ମ ବର୍ଣ୍ଣ ନାଁ ରେ ଦେଶର ବିଭିନ୍ନ ଅଞ୍ଚଳରେ ଘୃଣା ଭାବ ସୃଷ୍ଟି କରି ଧର୍ମୀୟ ଉନ୍ମାଦନା ସହ ଦଙ୍ଗା ପାଇଁ ଉଦ୍ୟମ ବନ୍ଦ କରିବା ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମଗ୍ରିକ ବିଫଳତା ବିରୋଧରେ ବକ୍ତବ୍ୟ ରଖିଥିଲେ।ପାର୍ଟି ପକ୍ଷରୁ ଖୁବ ଶୀଘ୍ର ଗଣ ଆନ୍ଦୋଳନ କରାଯିବା ନିମନ୍ତେ ସଭାରେ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭା ପୂର୍ବରୁ ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର ଙ୍କ ପ୍ରସ୍ତାବ କ୍ରମେ ପାର୍ଟି ର ସକ୍ରିୟ ସଦସ୍ୟ ରାମଚନ୍ଦ୍ର ଲେଙ୍କା ଓ ବାସୁଦେବ ଦୋରା ଙ୍କ ପରଲୋକଗତ ଆତ୍ମାର ସଦ ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ବିଭିନ୍ନ ଗ୍ରାମରୁ ବହୁସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

Read More...

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପାଠଚକ୍ର ଅନୁଷ୍ଠିତ:

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପାଠଚକ୍ର ଅନୁଷ୍ଠିତ:

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: