ଓଲଟିଲା ବରଯାତ୍ରୀ ବସ , ୨୫ ମୃତ

February 26, 2020, ଦେଶଦୁନିଆ, , BHAGYAPRABHA NEWS
ଓଲଟିଲା ବରଯାତ୍ରୀ ବସ , ୨୫ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 26, 2020

ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାପଡି ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଓଲଟି ପଡ଼ିଯାଇଛି। ଲାଖେରୀ ଥାନାରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ମେଜ୍ ନଦୀରୁ ରେସକ୍ୟୁ କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୁଚନାଯୋଗ୍ୟ ,କୋଟାର ଦାଦିବାଡ଼ିରୁ ଗୋଟିଏ ପରିବାର ଏକ ବିବାହ ସମାରୋହରେ ସାମିଲ ହେବାକୁ ବସ୍ ଯୋଗେ ସବାଇ ମାଧୋପୁର ଯାଉଥିଲେ। ଏହି ସମୟରେ ରାସ୍ତାରେ ବରଯାତ୍ରୀ ଗାଡିଟି ପାପଡ଼ି ଗ୍ରାମ ନିକଟବର୍ତ୍ତୀ କୋଟା-ଲାଲସୋଟ ମେଗା ହାଇୱେରେ ଭାରସାମ୍ୟ ହରାଇ ମେଜ୍ ନଦୀରେ ଲେଉଟି ପଡ଼ିଥିଲା।ବୁନ୍ଦୀର ଜିଲ୍ଲାପାଳ ଅନ୍ତରସିଂହ ନେହରା ଏନେଇ କହିଛନ୍ତି ଯେ, ବିବାହ ସମାରୋହରେ ସାମିଲ ହେବା ପାଇଁ ଏକ ପରିବାର ମାଧୋପୁର ଯାଉଥିଲେ। ବସଟି ନଦୀରେ ଭାରସାମ୍ୟ ହରାଇ ଲେଉଟି ପଡ଼ିବା ପରେ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୨ ରୁ ୧୩ଟି ଶବ ଉଦ୍ଧାର କରାଯାଇଛି। ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା  ପ୍ରଦାନ

କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା ପ୍ରଦାନ

Read More...

ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: