ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

February 28, 2020, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
Kiran Behera
[ Reporter,Digapahandi ]
Bhagyaprabha News Bureau
February 28, 2020

ଦିଗପହଣ୍ଡି ବ୍ଲକ କାର୍ଯ୍ଯାଳୟ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିଗପହଣ୍ଡି ପଞ୍ଚାୟତ ସମିତି ତରଫରୁ ଆୟୋଜିତ ଏହି ଶିବିରକୁ ବ୍ଲକ ଅଧ୍ଯକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଡିଓ ହଳଧର ଶବର ,ବ୍ଲକ ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି , ସରପଞ୍ଚ ପ୍ରତିନିଧି ଅସୀତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଳକ ମାର୍କେଟିଂ ଇନ୍ସପେକ୍ଟର ସୌଭାଗ୍ୟ ରଞ୍ଜନ ନାୟକ ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୀତେନ୍ଦ୍ର ମାଲିଆ , ପ୍ରଗତି ସହାୟକ ତଥା ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଉମେଶ ସେଠୀ ,ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଯୋଗେନ୍ଦ୍ର ସେଠୀ ,ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର , ଏନଏସି ଗୋଷ୍ଠୀ ସଂଜୋଜିକା ସ୍ନେହଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ଦୃଷ୍ଟି ବାଧିତ ୭୦ , ଶ୍ରବଣ ବାଧିତ ୬୬ ,ମାନସିକ ଅନଗ୍ରସର ୫୩ ଜଣଙ୍କ ସମେତ ୩୯୫ ଜଣ ଅସ୍ଥି ଦୌର୍ବଲ୍ଯ ଦିବ୍ଯାଙ୍ଗ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ସେହିଭଳି ୮୮ଜଣ ଦିବ୍ଯାଙ୍ଗ ରାସନ କାର୍ଡ ପାଇଁ ଆବେଦନ କରିଥିବା ବେଳେ ୧୦୧ ଜଣ ରେଳରେ ଯାତ୍ରା ପାଇଁ ରିହାତି , ୧୨୩ ଜଣ ଯାତ୍ରୀବାହୀ ବସ୍ ରିହାତି , ୯୦ ଜଣ ବାଣିଶ୍ରୀ ଶିକ୍ଷା ବୃତ୍ତି,୫୯ ଜଣ ଡିଆରଆଇ ଋଣ,୯୮ ଜଣ ଦିବ୍ଯାଙ୍ଗ ଭତ୍ତା,୧୭ ଜଣ ବୈବାହିକ ପ୍ରୋତ୍ସାହନ ଏବଂ ୧୩୩ ଜଣ ହ୍ଵିଲ ଚେୟାର ପାଇଁ ଆବେଦନ କରିଥିବା ଜଣାଯାଇଛି । ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ ଭଗବାନ ବେହେରାଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବ୍ଲକ ସହକାରୀ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ ପ୍ରେମାନନ୍ଦ ପାଣିଗ୍ରାହୀ , ବସନ୍ତ ପାଣିଗ୍ରାହୀ ,ଗୋଷ୍ଠୀ ସାଧନ କର୍ମୀ ସୁଶାନ୍ତ ପ୍ରଧାନ , ଉପେନ୍ଦ୍ର ପଣ୍ଡା , ବାବୁଲାଲ ନାୟକ ,ସାଧନା ମହିଳା ସଙ୍ଘ ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ , ମହିଳା ସ୍ବାସ୍ଥ୍ୟକର୍ମୀ ସରସ୍ବତୀ ସାହୁ , ବଂଶୀଧର ପାଣିଗ୍ରାହୀଙ୍କ ସମେତ ବିଜୁ ଯୁବବାହିନୀ , ଖେମୁଣ୍ଡି କଲେଜ ରୋବର୍ସ କ୍ଲବ , ସନ୍ଥ ନିରାଙ୍କାରୀ ଏବଂ ଜନ ଜାଗରଣ ଭଳି ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନର ସଦସ୍ଯା ସଦସ୍ୟବୃନ୍ଦ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୁର୍କୀକୁ ଆକ୍ରମଣ କଲା ସିରିଆ , ୩୩ ସୈନ୍ୟ ମୃତ

ତୁର୍କୀକୁ ଆକ୍ରମଣ କଲା ସିରିଆ , ୩୩ ସୈନ୍ୟ ମୃତ

Read More...

ଦିଗପହଣ୍ଡିରେ ବ୍ଳକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଦିଗପହଣ୍ଡିରେ ବ୍ଳକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: