ବଲାଙ୍ଗୀର ହକି ଦଳ ସମ୍ବର୍ଦ୍ଧିତ

March 05, 2020, ଖେଳ, ବଲାଙ୍ଗୀର, Gupteswar Prusty
ବଲାଙ୍ଗୀର ହକି ଦଳ ସମ୍ବର୍ଦ୍ଧିତ
Gupteswar Prusty
[ Reporter-balangir ]
Bhagyaprabha News Bureau
March 05, 2020

ସମ୍ବଲପୁର ଠାରେ ଅନୁଷ୍ଠିତ ଏକ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବଲାଙ୍ଗିର ହକି ଦଳର ଟିମ ମ୍ୟାନେଜର ରାମ ଶଙ୍କର ଶତପଥିଙ୍କ ନେତୃତ୍ୱରେ କ୍ୟାପଟେନ ଅଜାମ୍ବରଙ୍କ ସହ ୨୦ ଜଣୀଆ ହକି ଦଳ ଯୋଗଦାନ କରିଥିଲେ । ପ୍ରଥମ ଦିନ ସମ୍ବଲପୁର ର ରୋଟାରି କ୍ଲବ ସହ ମ୍ୟାଚ ରେ ବିଜୟ ଲାଭ କରି, ପରବର୍ତି କ୍ୱାଟର ଫାଇନାଲ ମ୍ୟାଚ ରେ ମଧ୍ୟ ବିଜୟ ଲାଭକରିଥିଲେ । ପରେ ପ୍ରତିଯୋଗିତର ଫାଇନାଲ ମ୍ୟାଚରେ ସମ୍ବଲପୁର ଗ୍ରୀନ କ୍ଲବ ସହ ଖେଳିଥିଲେ । ଏହି ମ୍ୟାଚଟି ବେଶ ସଂଘର୍ଷପୁର୍ଣ୍ଣ ହୋଇଥିଲା । ଉଭୟ ଦଳ ଅପର ପକ୍ଷକୁ ଗୋଲ ଦେବାରେ ବିଫଳ ହେବାରୁ ସେଷରେ ବିଜେତା ବାଛିବା ପାଇଁ ପେନାଲ୍ଟି ସୁଟ ଆଉଟର ସାହାରା ନିଆଯାଇଥିଲା । ଏଥିରେ ସମ୍ବଲପୁର ଦଳ ୪-୩ ଗୋଲରେ ବଲାଙ୍ଗିର ଦଳକୁ ପାରାଜିତ କରିଥିଲା । ସମ୍ବଲପୁର ଦଳ ବିଜେତା ଓ ବଲାଙ୍ଗିର ଦଳକୁ ଉପବିଜେତା ଘୋଷିତ କରାଯାଇଥିଲା । ତେବେ ବଲାଙ୍ଗିର ଦଳ ଫେରିବା ପରେ ବଲାଙ୍ଗିର ରେଳ ଷ୍ଟେଶନରେ ମ୍ୟନେଜର ଶତପଥି ଓ କ୍ୟାପଟେନ ତଥା ଦଳର ସମସ୍ତ ଖେଳାଳିଙ୍କୁ ଏକ ଭବ୍ୟ ସମ୍ବର୍ଧନା ଦେବା ସହ ଖେଳାଳିଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଖେଳାଳି ଆନନ୍ଦିନି ଦର୍ଜି, ପୁର୍ବତନ ବିଧାୟକ ରମାକାନ୍ତ ସେଠ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ସଂପାଦକ ସୁଧୀର ମିଶ୍ର, ଯୁଗ୍ମ ସଂପାଦକ ପ୍ରଫୁଲ୍ଲ୍ ବେହେରା, ଇକମା କରାଟେ ପ୍ରଶିକ୍ଷକ ଫିରୋଜ ଉପସ୍ଥିତ ରହି ସମସ୍ତ ଖେଳାଳିଙ୍କ ସହ କରମର୍ଦ୍ଦନ କରିବା ସହ ତାଙ୍କୁ ଆହୁରି ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ । ବଲାଙ୍ଗିର ହକି ଦଳ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥୀବାରୁ ଖେଳାଳି ଓ ଉପସ୍ଥିତ ଖେଳପ୍ରେମୀ ଉଭୟ ବେଶ ଆନନ୍ଦିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ

Read More...

ଆଜିଠାରୁ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟନ

ଆଜିଠାରୁ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: