ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ବାଗି-୩' ଓ ଓ 'କାମୟାବ'

March 06, 2020, ମନୋରଞ୍ଜନ, , BHAGYAPRABHA NEWS
ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ବାଗି-୩' ଓ ଓ 'କାମୟାବ'
BHAGYAPRABHA NEWS
[ INPUT ]
Bhagyaprabha News Bureau
March 06, 2020

ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ଦୁଇଟି ଭିନ୍ନ ଧରଣର ଚଳଚ୍ଚିତ୍ର । ଗୋଟିଏପଟେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ 'ବାଗି-୩' ରିଲିଜ ହୋଇଥିବାବେଳେ ତାକୁ ଟକ୍କ୍ର ଦେଉଛି ଶାହାରୁଖ ଖାନଙ୍କ ପ୍ରଯୋଜିତ କାମୟାବ୍ । ବାଗୀର ୨ୟ ସିକ୍ୱେଲ ଭାବେ ନିମିତ ବାଗୀ ଥ୍ରୀରେ ମୁଖ୍ୟ ଭୂମିକାରେ ଟାଇଗ ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ଅଭିନୟ ରହିଛି । ଫିଲ୍ମରେ ସ୍ଥାନ ପାଇଥିବା ଆଇଟମ ଗୀତରେ ଦିଶା ପଠାନିଙ୍କୁ ଦେଖିବାକୁ ମିଳିଛି । ଅହମ୍ମଦ ଖାନ ନିର୍ଦ୍ଦେଶିତ ବାଗୀ ଥ୍ରୀରେ ଭରପୂର ଆକ୍ସନ,ଦମଦାର ଷ୍ଟଂଟ,ମନକୁ ଛୁଉଁଥିବା ଡାଇଲଗ ଦେଖିବାକୁ ମିଳିଛି ।ଏଥିସହ କାହାଣୀ ଓ ଗୀତକୁ ମଧ୍ୟ ମିଳୁଛି ଦର୍ଶକଙ୍କ ପ୍ରଶଂସା । ଅନ୍ୟପଟେ ଶାହାରୁଖ ଖାନଙ୍କ ପ୍ରଯୋଜିତ ଓ ରେଡ ଚିଲି ବ୍ୟାନରରେ ରିଲିଜ ହେଇଥିବା କାମୟାବରେ ରହିଛି ଜଣେ କଳାକାରଙ୍କ ସଂର୍ଘଷର କାହାଣୀ ।ମୁଖ୍ୟ ଭୁମିକାରେ ବଲିଉଡ ଭର୍ସାଟାଇଲ ଅଭିନେତା ସଂଜୟ ମିଶ୍ରଙ୍କ ଅଭିନୟ ରହିଛି । ସଂଜୟଙ୍କ ଭଳିକି ଭଳି ଅନ୍ଦାଜ ଦେଖିବାକୁ ମିଳିଛି ।ଗୋଟେ ଫିଲ୍ମରେ ବିଭିନ୍ନ ଅବତାରରେ ସଂଜୟଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । କାହାଣୀ ଓ ଗୀତକୁ ସବୁ ବର୍ଗର ଦର୍ଶକ ପସନ୍ଦ କରୁଛନ୍ତି । ହାର୍ଦ୍ଦିକ ମେହେତା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଚଳିତ ସପ୍ତାହରେ ରିଲିଜ ହୋଇଥିବା ଏହି ଦୁଇଟି ଭିନ୍ନ ସ୍ୱାଦର ସିନେମାକୁ ମିଳିଛି ଦର୍ଶକଙ୍କ ମିଳିତ ପ୍ରତିକ୍ରିୟା । ତେବେ ସଫଳତା ରେସରେ କେଉଁ ଫିଲ୍ମ ଆଗରେ ରହିବ କିଏ ପଛରେ ପଡିବ ସେ କଥା ଆଗାମୀ ଦିନରେ ଜଣାପଡିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ୟେସ୍‌ ବ୍ୟାଙ୍କରେ  ଜନତାଙ୍କ ଅର୍ଥ ସୁରକ୍ଷିତ  - ନିର୍ମଳା ସୀତାରମଣ

ୟେସ୍‌ ବ୍ୟାଙ୍କରେ ଜନତାଙ୍କ ଅର୍ଥ ସୁରକ୍ଷିତ - ନିର୍ମଳା ସୀତାରମଣ

Read More...

ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ

ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: