ସାନଖେମୁଣ୍ଡି ଅଞ୍ଚଳରେ ହାତୀପଲ ଦ୍ୱାରା ଫସଲ ନଷ୍ଟ

March 07, 2020, ବିଶେଷ, ଗଞ୍ଜାମ, Kiran Behera
ସାନଖେମୁଣ୍ଡି ଅଞ୍ଚଳରେ ହାତୀପଲ ଦ୍ୱାରା ଫସଲ ନଷ୍ଟ
Kiran Behera
[ Reporter,Digapahandi ]
Bhagyaprabha News Bureau
March 07, 2020

ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ସାନଖେମୁଣ୍ଡି ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ହାତୀପଲ ଚାଷୀଙ୍କ ଫସଲ ଖାଇବା ସହ ଦଳିଦେଇଥିବା ଜଣାପଡିଛି।ଗୁରୁବାର ରାତିରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ଗ୍ରାମକୁ ଲାଗି ରହିଥିବା ରତନେଇ ପାହାଡ଼ ବଗବନ୍ଧ ଜଙ୍ଗଲ ଅଞ୍ଚଳକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କିଛି ବର୍ଷ ଧରି ଗୋଟିଏ ଦନ୍ତା ୨ଟି ପିଲା ହାତୀ ଓ ୩ଟି ମାଇହାତୀଙ୍କୁ ନେଇ ୬ଟିକିଆ ହାତୀପଲ ବିଭିନ୍ନ ସମୟରେ ସାନଖେମୁଣ୍ଡି ଗ୍ରାମାଞ୍ଚଳର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀମାନଙ୍କ ଚିନ୍ତା ବଢାଇଛନ୍ତି। ଗୁରୁବାର ରାତିରେ ରତନେଇ ଉତ୍ତମା ଦେଇ ୬ଟିକିଆ ହାତୀ ପଲ ଜିଉରା ହେତାପଦର ଚାଷଜମି ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।



1583580570.jpg




ଜଙ୍ଗଲରେ ବ୍ୟାପକ ଗଛକଟା ସାଙ୍ଗକୁ ପୋଡୁଚାଷ ଓ ଗଞେଇ ଚାଷ ପାଇଁ ବ୍ୟାପକ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ସମେତ ପାଣି ଖାଦ୍ୟ ସନ୍ଧାନ ରେ ଗାଁ ଗଣ୍ଡାରେ ଏହି ହାତୀପଲ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି।ପରିବା ଚାଷ ପାଇଁ ପରିଚିତ ଯିଉରା ଅଞ୍ଚଳ ର ଅମଳହେବାକୁ ଥିବା ଆଖୁ , ବନ୍ଧାକୋବି , ଫୁଲକୋବି , ବିଟ୍ , ବାଇଗଣ , ଝୁଡୁଙ୍ଗ, ମୂଳା ପୋଟଳ ଶିମ୍ବ ଶାଗ ଆଦି ଫସଲକୁ ଦଳିଦେଇଥିବା ଚାଷୀମାନେ କହିଛନ୍ତି। ଏହି ଗ୍ରାମର ରମେଶ ସାହୁ ସୁରେନ୍ଦ୍ର ସାହୁ ଉପେନ୍ଦ୍ର ସାହୁଙ୍କ ବ୍ୟାପକ ପରିବା ଓ ଆଖୁଫସଲକୁ ହାତୀପଲ ନଷ୍ଟ କରିଛନ୍ତି । ଧାରାବାହିକ ଭାବରେ ହାତୀପଲ ଚାଷୀଙ୍କ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ନାଁ ରେ କେବଳ ବିଦ୍ୟୁତ୍ ବିଛିନ୍ନ ବ୍ୟବସ୍ଥା କରି ହାତଝାଡି ବସୁଥିବା ବନବିଭାଗ ହାତୀପଲ ଗାଁ ରେ ପଶି ଫସଲହାନୀର ସ୍ଥାୟୀ ନିରାକରଣ ସହ ଖ୍ୟତିଗ୍ରସ୍ଥ ଚାଷୀ ଙ୍କୁ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେଦାରପୁର ପ୍ରାଥମିକ ବିଦ୍ୟାଳୟରେ “ ବିନା ବସ୍ତାନୀ ଦିବସ “ର ଶୁଭାରମ୍ଭ

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ “ ବିନା ବସ୍ତାନୀ ଦିବସ “ର ଶୁଭାରମ୍ଭ

Read More...

ସାନଖେମୁଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: