ତାଲୁକା ଆଇନ ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 08, 2020, ବିଶେଷ, ଗଞ୍ଜାମ, Kiran Behera
ତାଲୁକା ଆଇନ ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 08, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ମହା ସମାରୋହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସେବା କମିଟି ଅଧ୍ୟକ୍ଷ ତଥା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଦିବସରେ କନ୍ୟାଭୃଣ ହତ୍ୟା , ଲିଙ୍ଗ ନିରୁପଣ ,ନିରୋଧ ଆଇନ ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ମାଜିଷ୍ଟ୍ରେଟ ସଚେତନ କରାଇଥିଲେ । ଏଥିସହ ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ , ସନ୍ତୋଷ କୁମାର ସାହୁ , ବିଜୟ କୁମାର ପ୍ରଧାନ , ସତ୍ୟ ନାରାୟଣ ରଥ , ରସାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଆଇନ ସେବା କମିଟି ସଂପାଦକ ନୃସିଂହ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘର ସମସ୍ତ ଓକିଲ , ଏନଏସି କର୍ମଚାରୀ ଓ ସାଧନା ମହିଳା ସଂଘ ସଭାନେତ୍ରୀ ପି . ବିଜୟଲକ୍ଷ୍ମୀ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ପ୍ରସିଦ୍ଧ ମାଁ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ଉଦଘାଟିତ :ଲକ୍ଷାଧିକ ଭକ୍ତଙ୍କ ସମାଗମ

ବିଶ୍ୱ ପ୍ରସିଦ୍ଧ ମାଁ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ଉଦଘାଟିତ :ଲକ୍ଷାଧିକ ଭକ୍ତଙ୍କ ସମାଗମ

Read More...

ଦିଗପହଣ୍ଡିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦିଗପହଣ୍ଡିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: