ଆଜି ଭାରତ - ଦକ୍ଷିଣ ଆଫ୍ରିକା ଓ୍ବାନଡେ

March 12, 2020, ଖେଳ, , BHAGYAPRABHA NEWS
ଆଜି ଭାରତ - ଦକ୍ଷିଣ ଆଫ୍ରିକା ଓ୍ବାନଡେ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 12, 2020

ନ୍ୟୁଜିଲାଣ୍ଡ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ ଆଜି ଠାରୁ ସ୍ୱଦେଶ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟିଏରୁ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବେ ମଜବୁତ ସ୍ଥିତିରେ ଅଛି । ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିବା ପରେ ଭାରତ ଗସ୍ତ କରିଛି । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବା ପୂର୍ବରୁ ଧର୍ମଶାଳା ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛି । ତେବେ ୩ ଓ୍ବାନଡେ୍ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବିଳମ୍ବିତ ହୋଇଛି। ଆଉ କିଛି ସମୟ ଭିତରେ ଧର୍ମଶାଳାରେ ମ୍ୟାଚ୍ ଆରମ୍ଭ ହୋଇଯିବ। ବର୍ଷା ଏବେ ବନ୍ଦ ହୋଇଯିବା ପରେ ଖରା ଫେରିଆସିଲାଣି। ଆକାଶରେ ବାଦଲ ଢାଙ୍କି ହୋଇ ରହିଛି। ମଧ୍ୟାହ୍ନ ୨ଟା ବେଳ ବର୍ଷା କମିବା ପରେ ପଡିଆରୁ କଭର ହଟାଯାଇଛି। ଆଜି ହେବାକୁ ଥିବା ମ୍ୟାଚକୁ ୨୦-୨୦ ଓଭରର କରିବା ପାଇଁ ବି ସମୟସୀମା ୬ଟା ୩୦ମିନିଟ୍ କରିଦିଆଯାଇଛି।


ସୁଚନାଯୋଗ୍ୟ , ଦକ୍ଷିଣ ଆଫ୍ରିକାର ଦିନିକିଆ କ୍ରିକେଟ ଯାତ୍ରା ଭାରତ ବିପକ୍ଷରେ ହିଁ ହୋଇଥିଲା । ଏହା ଥିଲା ୧୯୯୧ର କଥା । ସେହି ଦିନଠାରୁ ଏଯାଏଁ ଉଭୟ ଦେଶ ମଧ୍ୟରେ ୮୪ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥିରୁ ୪୬ଟି ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଭାରତ ୩୫ଟି ମ୍ୟାଚରେ ବିଜୟ ହାସଲ କରିଛି । ତେଣୁ ଏହା ସ୍ପଷ୍ଟ ହେଉଛି ଯେ, ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ମନେ ହେଉଛି । ଅନ୍ୟପକ୍ଷରେ ଭାରତ ନିଜର ମାଟିରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିପାରେ । କୋହଲିଙ୍କ ଟିମ ଦକ୍ଷିଣ ଆଫ୍ରିକା ଉପରେ ପ୍ରଭାବ ବିସ୍ତାର କରିବା ବଡ଼ କଥା ନୁହେଁ । ଯଦି ବିଗତ ୧୦ଟି ମୁକାବିଲା କଥା ସମୀକ୍ଷା କରିବା, ଏଥିରୁ ଭାରତର ସପକ୍ଷରେ ରହିଛି ୮ଟି ମ୍ୟାଚ । ଦକ୍ଷିଣ ଆଫ୍ରିକା କେବଳ ୨ଟି ମ୍ୟାଚ ଜିତିଥିଲା ।


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୧ଟି ଶୃଙ୍ଖଳା ଖେଳାଯାଇଛି । ଏଥିରୁ ୫ଟିରେ ଭାରତ ଜିତିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ପରିମାଣରେ ଶୃଙ୍ଖଳା ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି । ଦକ୍ଷିଣ ଆଫ୍ରିକା ଟିମ ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଆସିଥିଲା । ଭାରତୀୟ ଟିମ ସେହି ସମୟରେ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା । ଉଭୟ ଟିମର ଟି-୨୦ ଶୃଙ୍ଖଳା ୧-୧ରେ ଡ୍ର ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭାରେ ଉଠିଲା କେନ୍ଦୁପତ୍ର ତୋଳାଳୀଙ୍କ ଆନ୍ଦୋଳନ ପ୍ରସଙ୍ଗ

ବିଧାନସଭାରେ ଉଠିଲା କେନ୍ଦୁପତ୍ର ତୋଳାଳୀଙ୍କ ଆନ୍ଦୋଳନ ପ୍ରସଙ୍ଗ

Read More...

 ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: