ଆସନ୍ତାକାଲି ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ

March 21, 2020, ଓଡ଼ିଶା, , BHAGYAPRABHA NEWS
ଆସନ୍ତାକାଲି ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 21, 2020

ଆସନ୍ତାକାଲି ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ବସ୍ ଚଳାଚଳ ବନ୍ଦ ରହିବ। ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି।ସେହିପରି କଟକରେ ଅଟୋ ଚଳାଚଳ ବନ୍ଦ ରହିବ। ସହରର କେବଳ ୫୦ଟି ଅଟୋକୁ ଛାଡ଼ିଦେଲେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ରିକ୍ସା ସଙ୍ଘ ପକ୍ଷରୁ ସୂଚନା ମିଳିଛି।ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀ ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଏହାର ମୁକାବିଲା କରିବାକୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ଲୋକମାନଙ୍କୁ ଆହ୍ଵାନ ଦେଇଛନ୍ତି।ତେଣୁ ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଲୋକମାନେ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି। ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ସଚେତନତା ପଦକ୍ଷେପ ଗ୍ରହଣ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ

Read More...

ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁରରେ ବନ୍ଦ ରହିବ ବଜାର

ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁରରେ ବନ୍ଦ ରହିବ ବଜାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: