ଜନତା କର୍ଫ୍ୟୁକୁ ସହଯୋଗ କରନ୍ତୁ ରାଜ୍ୟବାସୀ - ଧର୍ମେନ୍ଦ୍ର ପ୍ରଧାନ

March 22, 2020, ଦେଶଦୁନିଆ, , BHAGYAPRABHA NEWS
ଜନତା କର୍ଫ୍ୟୁକୁ ସହଯୋଗ କରନ୍ତୁ ରାଜ୍ୟବାସୀ -  ଧର୍ମେନ୍ଦ୍ର ପ୍ରଧାନ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 22, 2020

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ଜନତା କର୍ଫ୍ୟୁକୁ ସହଯୋଗ କରିବାକୁ ରାଜ୍ୟତଥା ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରକ ପ୍ରଧାନ ।କରୋନା ମହାମାରୀର ମହାମୁକାବିଲା କରିବା ପାଇଁ ଆଜି ସମଗ୍ର ଦେଶରେ ଜନତା କର୍ଫ୍ୟୁ ଜାରୀ ହୋଇଥିବାବେଳେ ରାଜ୍ୟବାସୀଙ୍କୁ ଏଥିରେ ସାମିଲ ହୋଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଜନତା କର୍ଫ୍ୟୁ' ଆହ୍ୱାନ ସମେତ ଓଡିଶା ସରକାରଙ୍କ ରାଜ୍ୟର ୫ ଜିଲ୍ଲା ଓ ୮ ସହର ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୯ ଯାଏଁ ଲକ୍ ଡାଉନ୍ ଘୋଷଣାକୁ ରାଜ୍ୟବାସୀ ସହଯୋଗ କରିବାକୁ ସାମାଜିକ ଗଣାଧ୍ୟମରେ ଏକ ଭିଡିଓ ଜାରୀ କରି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଜନତା କର୍ଫ୍ୟୁର ଆହ୍ୱାନ କରି ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣ ନିଜକୁ ନିଜ ଘର ଭିତରେ ସୀମିତ ରଖିବାକୁ ସେ ଆହ୍ୱାନ କରିଥିବା ବେଳେ ଓଡିଶାରେ ଏହି ଆହ୍ୱାନକୁ ଆହୁରି ସୁରକ୍ଷିତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି । ଧର୍ମେନ୍ଦ ପ୍ରଧାନ ଆହୁରି କହିଛନ୍ତି ଯେ , ଓଡିଶା ସରକାର ଇତିମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳକୁ ମାର୍ଚ୍ଚ ୨୨ ତାରିଖରୁ ମାର୍ଚ୍ଚ ୨୯ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟର ୮ଟି ସହର ଯଥା ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍‌, ଯାଜପୁର ଟାଉନ ଓ ଭଦ୍ରକ ସହରକୁ ଲକ୍ ଡାଉନ୍ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ବିଶ୍ୱ ମହାମାରୀରୁ ବଂଚିବା ପାଇଁ ସାମାଜିକ ଦୂରତ୍ୱ ତଥା ଭିଡରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ଏହିସବୁ ଉପରୋକ୍ତ ୫ଟି ଜିଲ୍ଲା ଓ ୮ଟି ସହରରେ ବିଦେଶରୁ ଅଧିକ ଲୋକମାନେ ଫେରିଥିବାରୁ ଏହି ଅଂଚଳ ଗୁଡିକରେ କରୋନା ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ତେଣୁ ଏଥିରେ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

ମାଣିତରା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

Read More...

ବସ୍‌  ପରିବହନ କଟକଣା ଯାଞ୍ଚ କଲେ ଗଞ୍ଜାମ ଜିଲାପାଳ

ବସ୍‌ ପରିବହନ କଟକଣା ଯାଞ୍ଚ କଲେ ଗଞ୍ଜାମ ଜିଲାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: