ରାଜ୍ୟରେ ଜନତା କର୍ଫ୍ୟୁକୁ ସମର୍ଥନ

March 22, 2020, ଓଡ଼ିଶା, , BHAGYAPRABHA NEWS
ରାଜ୍ୟରେ ଜନତା କର୍ଫ୍ୟୁକୁ ସମର୍ଥନ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 22, 2020

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି। ସାରା ରାଜ୍ୟ ଶୁନଶାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହାକୁ ସମର୍ଥନ କରିଛନ୍ତି । ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଜନତା କର୍ଫ୍ୟୁ ପାଇଁ ଆଜି ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।ଗଡ଼ିବନି ପାଖାପାଖି ୧୪ ହଜାର ଘରୋଇ ବସ୍ । ସକାଳ ୭ ଟାରୁ ରାତି ୯ ଟା ଯାଏଁ ଗଡ଼ିବନି ବସ୍ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛି ଘରୋଇ ବସ୍ ମାଲିକ ସଂଘ । ଆଜି ଭୁବନେଶ୍ବର , କଟକ ସମେତ ସବୁ ସହରରେ ଖାଁ ଖାଁ ସ୍ଥିତି ଦେଖିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଇକ୍‌ ମୁହାଁମହିଁ ଧକ୍କା, ୨ ମୃତ

ବାଇକ୍‌ ମୁହାଁମହିଁ ଧକ୍କା, ୨ ମୃତ

Read More...

ଆସାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଆସାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: