ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ

February 23, 2019, ଦେଶଦୁନିଆ, , Bhagyaprabha News Bureau
ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ
Bhagyaprabha News Bureau
February 23, 2019

ଗତ ଚାରି ଦିନ ତଳେ ଏୟାର ଶୋ ଅଭ୍ୟାସ ବେଳେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି । ଏୟାର ଶୋ ଚାଲିଥିବାବେଳେ ଏକ କାର୍‌ ପାର୍କିଂରେ ନିଆଁ ଲାଗିଛି । ଫଳରେ ପାର୍କିଂ ସ୍ଥଳରେ ଥିବା ପ୍ରାୟ ୮୦ ରୁ ୧୦୦ଟି ପାଖାପାଖି କାର୍‌ରେ ନିଆଁ ଲାଗି ଯାଇଛି । ଚାହୁଁ ଚାହୁଁ ଗୋଟିଏ କାର୍‌ରୁ ଅନ୍ୟ କାର୍‌କୁ ନିଆଁ ବ୍ୟାପିଥିଲା । ପାଖରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ଜଳି ଯାଇଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତ ମଙ୍ଗଳବାର ଦିନ ବାଙ୍ଗାଲୁରୁରେ ଅଭ୍ୟାସବେଳେ ଦୁଇଟି ସୂର‌୍ୟ୍ୟକିରଣ ଏୟାରକ୍ରାଫ୍ଟ ପରସ୍ପର ସହ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୟେଲହଙ୍କା ଏୟାରପୋର୍ଟରେ ଏୟାର ଶୋ ଅଭ୍ୟାସ ଚାଲୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଦିନ ପ୍ରାୟ ୧ଟା ବେଳେ ଏରୋ ଇଣ୍ଡିଆର ୫ ନମ୍ବର ଫାଟକ ଠାରେ ନଆଁ ଲାଗିଥିଲା। ମାଟିରେ ଶୁଖିଲା ଘାସ ଥିବାରୁ ନିଆଁ ଖୁବ୍‌ ଶୀଘ୍ର ଚରିଯାଇ ପାଖରେ ଥିବା ପାର୍କିଙ୍ଗ୍‌ସ୍ଥଳର ଗାଡ଼ିରେ ଲାଗିଯାଇଥିଲା।ନିଆଁ ପ୍ରଭାବରେ ଗୋଟିଏ ଇନ୍ଧନ ଟାଙ୍କି ମଧ୍ୟ ଫାଟି ଯାଇଛି।ନିଆଁ ଲାଗିବା ପରେ ପେର ଚାଲିଥିବା ଏୟାର୍‌ ସୋ ସାମୟିକ ଭାବେ ବନ୍ଦ କରାଯାଇଥିଲା।ଏଥିରେ କୌଣସି ବିମାନ ନଷ୍ଟ ହୋଇ ନ ଥିବା ପ୍ରକାଶ।ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟ୍ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏୟାର ଇଣ୍ଡିଆ ପକ୍ଷରୁ ୨୦ ତାରିଖରୁ ପାଞ୍ଚ ଦିନିଆ ଏୟାର ଇଣ୍ଡିଆ ୨୦୧୯ ଚାଲିଛି । ଭାରତର ଶ୍ରେଷ୍ଠ ବ୍ୟାଡମିଂଟନ ଖେଳାଳି ତଥା ଅଲମ୍ପିକରେ ରୋପ୍ୟ ପଦକ ହାସଲ କରିଥିବା ପି ଭି ସିନ୍ଧୁ ଆଜି ବେଙ୍ଗୁଲୁରରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଏୟାର ସୋ'ରେ ଅଂଶ ଗ୍ରହଣ କରିଥିବା ନଜର ଆସିଛନ୍ତି।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଖରାପ : 'ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Read More...

ଆରମ୍ଭ ହେଲା ଭୋଟର ତାଲିକା ଅଭିଯାନ

ଆରମ୍ଭ ହେଲା ଭୋଟର ତାଲିକା ଅଭିଯାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: