ଗୋପାଳପୁର ବେଳାଭୂମିରୁ ମତ୍ସ୍ୟଜୀବୀଙ୍କ ମୃତ ଦେହ ଉଦ୍ଧାର

March 26, 2020, ଅପରାଧ, ଗଞ୍ଜାମ, Swadhina Kumar Sahu
ଗୋପାଳପୁର ବେଳାଭୂମିରୁ ମତ୍ସ୍ୟଜୀବୀଙ୍କ ମୃତ ଦେହ ଉଦ୍ଧାର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 26, 2020

ଗୋପାଳପୁର ବେଳାଭୂମି ପରିସରରୁ ବୁଧବାର ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମତ୍ସ୍ୟଜୀବି ଜଣଙ୍କ ଗୋପାଳପୁର ଏନଏସି ଅନ୍ତର୍ଗତ ଓ୍ବାଡ ନଂ ୨ ଅଧିନସ୍ଥ ସତ୍ୟ ସାଇବାବା ସାହିର ଜି. ପଲେୟା(୬୫) ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, କେତକ ସତ୍ସଜୀବୀ ବେଳାଭୂମିରେ ଥିବା ସେମାନଙ୍କ ଡଙ୍ଗା ଓ ଜାଲ ଗୁଡ଼ିକର ତଦାରଖ ପାଇଁ ମହୋତ୍ସବ ମଣ୍ଡପ ସନ୍ନିକଟ ବେଳାଭୂମିକୁ ଯାଇଥିଲେ। ଏହିଜ ସମୟରେ ଦେଶରେ ଜାରୀ କରାଯାଇଥିବା ଲକ ଡାଉନକୁ କଡାକଡି ପାଳନ ପାଇଁ ଗୋପାଳପୁର ଥାନର କେତେକ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ବେଳାଭୂମି ଅଞ୍ଚଳରେ ଲୋକଙ୍କ ଭିଡ ଦେଖି ସେମାନଙ୍କୁ ସେଠାରୁ ଘଉଡାଇ ଥିଲେ। ଏଥିରେ ବେଳାଭୂମିରେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ପଲେୟା ମଧ୍ୟ ଉପସ୍ଥିତ ରହିଥିଲେ। ପୁଲିସ ପକ୍ଷରୁ ଭିଡ଼କୁ ଘଉଡାଇବା ସମୟରେ ପଲେୟା ମଧ୍ୟ ଦୌଡିଥିବା ଅନ୍ୟ ମତ୍ସ୍ୟଜୀବୀ ମାନେ ପ୍ରକାଶ କରିଛନ୍ତି । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଲେୟା ଦେଖା ନ ଯିବାରୁ କେତେକ ମତ୍ସ୍ୟଜୀବୀ ବେଳାଭୂମିରେ ଖୋଜା ଖୋଜି କରିବା ବେଳେ ପଲେୟାଙ୍କ ମୃତ ଦେହ ବେଳାଭୂମିରେ ପଡ଼ିଥିବା ଦେଖିଥିଲେ , ମୁତ୍ୟୁର କାରଣ ଜଣା ପଡି ନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ କୋରୋନା ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଲା

ଦେଶରେ କୋରୋନା ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଲା

Read More...

କେରଳରେ ଫସିଛନ୍ତି ଗଞ୍ଜାମ ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ

କେରଳରେ ଫସିଛନ୍ତି ଗଞ୍ଜାମ ଜିଲ୍ଲାର ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: