ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟିଲେ ପଞ୍ଚାୟତ କର୍ମଚାରୀ

March 29, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟିଲେ ପଞ୍ଚାୟତ କର୍ମଚାରୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 29, 2020

କରୋନା ପାଇଁ ହିତାଧୀକାରୀଙ୍କୁ ଆଗାମୀ ୩ମାସର ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେଗଞ୍ଜାମ ଜିଲ୍ଲାବୁଗୁଡା ବ୍ଲକର ଖୋଳଖାଳି ପଞ୍ଚାୟତରେ ଶନିବାର ଦିନ ପଞ୍ଚାୟତ ଲୋକ ପ୍ରତିନିଧି ଓ କର୍ମଚାରୀ ବୃନ୍ଦ ଘରକୁ ଘର ବୁଲି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ୪ ମାସର ଭତ୍ତା ବଣ୍ଟନ କରିଛନ୍ତି। ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ, ପିଇଓ ସୁନୀଲ କୁମାର ସାହୁ,ଜିଆରଏସ ସୁଶାନ୍ତ ଗୌଡ଼, ୱାର୍ଡ ସଭ୍ୟ ଗନ୍ଧର୍ବ ଗୌଡ଼ ଓ ସୁଶାନ୍ତ ସ୍ଵାଇଁ ପ୍ରମୁଖ ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ଯାଇ ୪ ମାସର ଭତ୍ତା ଟଙ୍କା ବଣ୍ଟନ କରିଥିଲେ।୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୨୮୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ଏଥି ସହ କରୋନା ଭୁତାଣୁ ସମ୍ପର୍କରେ ସରପଞ୍ଚ ଓ ସମିତିସଭ୍ୟ ଜନସାଧାରଣଙ୍କୁ ସଚେତନତା କରାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ।ଯେଉଁ ବ୍ୟକ୍ତି ଗ୍ରାମ ଭିତରକୁ ପ୍ରବେଶ କରୁଛନ୍ତି ତାଙ୍କୁ ଗ୍ରାମ ଆରମ୍ଭରେ ସାବୁନରେ ହାତ ସଫାକରି ଛାଡୁଥିବା ଦେଖା ଯାଇଥିଲା।ଅନ୍ୟାନ ପଞ୍ଚାୟତରେ ମଧ୍ୟ କର୍ମଚାରୀ ବୃନ୍ଦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଲଢେଇରେ ସାମିଲ ହେଲେ ସେଲିବ୍ରେଟି

କରୋନା ଲଢେଇରେ ସାମିଲ ହେଲେ ସେଲିବ୍ରେଟି

Read More...

 ୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ କେଜିରୱାଲ

୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ କେଜିରୱାଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: