ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଟି-ଟ୍ୱେଣ୍ଟି ସିରିଜ୍

February 24, 2019, ଖେଳ, , Bhagyaprabha News Bureau
ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଟି-ଟ୍ୱେଣ୍ଟି ସିରିଜ୍
Bhagyaprabha News Bureau
February 24, 2019

ଆଜିଠୁ ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଟି-ଟ୍ୱେଣ୍ଟି ସିରିଜ୍ । ୨ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଆଜି ବିଶାଖାପଟ୍ଟନମରେ ଖେଳାଯିବ । ଆସନ୍ତା ମେ ମାସରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ସିରିଜ୍ । ତେଣୁ ଏହି ସିରିଜ୍ ଜିତି ଭାରତ ବିଶ୍ୱକପ୍ ପ୍ରସ୍ତୁତିରେ ମୋହର ଲଗାଇବାକୁ ଚେଷ୍ଟା କରିବ । କଙ୍ଗାରୁ ଦଳକୁ ହରାଇବା ପାଇଁ ଭାରତୀୟ କ୍ରିକେଟ୍ ଖେଳାଳି ଭାଇଜାଗରେ ପହଞ୍ଚିବା ସହ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ । ମ୍ୟାଚ୍ ପାଇଁ ଧୋନୀ ଜୋରଦାର୍ ଅଭ୍ୟାସ କରିଛନ୍ତି । ସେପଟେ କୋହଲି ୩ ସପ୍ତାହର ବ୍ରେକ୍ ପରେ ଟିମ୍ କୁ ଫେରିଛନ୍ତି ।ଏହା ପରେ ଫେବୃଆରୀ ୨୭ରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ଥାନ ସାମ୍ବାଦିକଙ୍କ ବିଷ୍ପୋରକ ବୟାନ

ପାକିସ୍ଥାନ ସାମ୍ବାଦିକଙ୍କ ବିଷ୍ପୋରକ ବୟାନ

Read More...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ  ଓଡିଶାର ୧୨ ଲକ୍ଷ ୪୫ ହଜାର ଚାଷୀ ହେଲେ  ପଞ୍ଜିକୃତ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ୧୨ ଲକ୍ଷ ୪୫ ହଜାର ଚାଷୀ ହେଲେ ପଞ୍ଜିକୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: