କାଳିଆ ଛାତ୍ର ବୃତ୍ତି ଯୋଜନାରେ କିଛି ନାହିଁ : ଧର୍ମେନ୍ଦ୍ର ପ୍ରଦାନ

February 24, 2019, ଓଡ଼ିଶା, , Bhagyaprabha News Bureau
କାଳିଆ ଛାତ୍ର ବୃତ୍ତି ଯୋଜନାରେ କିଛି ନାହିଁ : ଧର୍ମେନ୍ଦ୍ର ପ୍ରଦାନ
Bhagyaprabha News Bureau
February 24, 2019


କାଳିଆ ପ୍ରକଳ୍ପ ପରେ ରାଜ୍ୟ ସରକାର ଏବେ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରିବା ସହ ଚାଷୀ ପରିବାରର ପିଲାମାନେ କିପରି ଶିକ୍ଷିତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ରାଜ୍ୟସରକାରଙ୍କ ଏହି ଅଭିନବ ଯୋଜନା ଉପରେ ଏବେ ଲାଗିଛି ପ୍ରଶ୍ନବାଚୀ ଚିହ୍ନ । ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା । ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା ଦେବାର କାଳିଆ ଛାତ୍ରବୃତି ଯୋଜନା ଏକ ନିର୍ବାଚନୀ ଧୂଆଁବାଣ ବୋଲି ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମୋଟା ମୋଟି ସର୍ବସମ୍ମତଭାବେ ଗୃହିତ ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାର ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ପାଇଁ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତିର ଶୁଭାରମ୍ଭ କରିବା ସମୟରେ ରାଜ୍ୟର ଚାଷୀ ତଥା ଓବିସି ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ଼ ସ୍ୱପ୍ନ ଦେଖାଇଛନ୍ତି । ସେ ଆହୁରି କହିଛନ୍ତି କି, ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଅନ୍ୟାନ୍ୟ ପଛୁଆ ଜାତିର (ଓବିସି ବର୍ଗର) । ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଓବିସି ବର୍ଗର ପରିବାରର ପିଲାମାନଙ୍କ ପାଠ ପଢ଼ା ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି ।ମୁଖ୍ୟମନ୍ତ୍ରୀ ଚାଷୀ ଓବିସି ଘରର ପିଲାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ବଦଳରେ ସାହୁକାର ଭଳି ଟଙ୍କା ଦେଇ ଦେବେ ବୋଲି କହିବା ପରିତାପର ବିଷୟ । ରାଜ୍ୟର ଚାଷୀ ତଥା ସାଧାରଣ ପରିବାରର ପିଲାମାନଙ୍କର ମେଧାଶକ୍ତି ଓଡ଼ିଶାର ମୂଳ ସମ୍ବଳ । ଗରୀବ ସାଧାରଣ ପରିବାରର ଓଡ଼ିଆ ପିଲାମାନଙ୍କୁ ଟିକେ ସୁଯୋଗ ମିଳିଲେ ସେମାନେ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖନ୍ତି । ଓଡ଼ିଶାର ଗ୍ରାମାଂଚଳର ପିଲାମାନଙ୍କର ସର୍ବଭାରତୀୟ ପରୀକ୍ଷାରେ ସଫଳ ହେବାର ରେକର୍ଡ ଏହାର ପ୍ରମାଣ । ଯଦି ଚାଷ କରୁଥିବା, ପରିବା ବିକୁଥିବା ଓଡ଼ିଆ ପରିବାରର ପିଲା ଆଇଏଏସ୍ ପାଏ, ଇକୋନମିକ୍ ସର୍ଭିସରେ ଉଚ୍ଚ ସ୍ଥାନରେ ରହେ, ମାଟ୍ରିକ ପରୀକ୍ଷାରେ ପ୍ରଥମ ୧୦୦ ଭିତରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିପାରେ ତା ହେଲେ ଆମ ଗାଁ ଗଣ୍ଡାର ଚାଷୀ ପରିବାରର ପିଲାଙ୍କ ପାରିବା ପଣିଆ ଉପରେ କେହି ପ୍ରଶ୍ନ ଚିହ୍ନ ଲଗାଇ ପାରିବେ ନାହିଁ । ରାଜ୍ୟର ଚାଷୀ ପରିବାର ଅର୍ଥାତ ଓବିସି ବର୍ଗର ପିଲାମାନେ ଆଜି ପ୍ରଶ୍ନ କରୁଛନ୍ତି - ସେମାନଙ୍କର ସାମ୍ବିଧାନିକ ଅଧିକାର- ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସାରା ଦେଶରେ ଲାଗୁଥିବାବେଳେ ଓଡ଼ିଶାରେ ଲାଗୁ ହୋଇ ନାହିଁ କାହିଁକି? ତଦ୍ ବ୍ୟତୀତ ଧର୍ମେନ୍ଦ୍ର କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ଘୋଷଣାକୁ ଆଉ ହାତ ଗଣତି କେଇଟା ଦିନ ରହିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ନେଇ ଚର୍ଚ୍ଚା ହେଉଛି । ଠିକ୍ ଏହି ସମୟରେ ଓଡ଼ିଶାର ବୁଢ଼ା ବାଘ ସ୍ୱର୍ଣ୍ଣ କଙ୍କଣ ଧରି ନିଜର ଶେଷ ଶୀକାର ଅପେକ୍ଷାରେ ଅଛି । ରାଜ୍ୟରେ ହରିଶ୍ଚନ୍ଦ୍ର ଯୋଜନାରେ କେମିତି ଟଙ୍କା ମିଳୁଛି, ମହାପ୍ରୟାଣ ଯୋଜନାର ଅବସ୍ଥା କ'ଣ ରାଜ୍ୟବାସୀ ଜାଣିଛନ୍ତି । ଯେଉଁ ସରକାର ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ରକୁ ସମ୍ଭାଳି ପାରନ୍ତି ନାହିଁ ଓଡ଼ିଆ ପିଲାଙ୍କ ଭବିଷ୍ୟତ କ'ଣ ଗଢ଼ିବେ ଏଥିରୁ ସ୍ପଷ୍ଟ । ଚାଷୀ ଘରର କଲେଜରେ ପାଠ ପଢ଼ୁଥିବା ଓ ବିଭିନ୍ନ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ତଥା ୧୮ ବର୍ଷରୁ ଉପରେ ଥିବା ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଛଳନାର ଚକ୍ରବ୍ୟୁହ ଭେଦ କରି ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି । ସାମ୍ବିଧାନିକ ବ୍ୟବସ୍ଥାର ଅଧିକାରକୁ ଛଡ଼ାଇ ନେଇ କାଳିଆ ଛାତ୍ର ବୃତି ନାମରେ ବିନା ବଜେଟରେ ବିନା ବ୍ୟବସ୍ଥାଗତ ଓ ପରିଚାଳନା ଗତ ଶୃଙ୍ଖଳାରେ ଘୋଷିତ ଏହି ଯୋଜନା ଆମର ଚାଷୀ ଘରର ଓଡ଼ିଆ ପିଲାଙ୍କ ପାଇଁ ମରୀଚିକା ସଦୃଶ । ସେହିପରି ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାର ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧିନତାର ୭୨ ବର୍ଷ ପରେ ଐତିହାସିକ ନିର୍ଣ୍ଣୟ ନେଇ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ନିଷ୍ପତିକୁ ଲାଗୁ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି କାହିଁକି? ଓଡ଼ିଶାର ଚାଷୀ ଯେଉଁମାନେ ଓବିସି ବର୍ଗର ପ୍ରମୁଖ ଅଂଶ ତଥା ସାଧାରଣ ବର୍ଗର ଗରୀବ ପରିବାରର ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କର ଭବିଷ୍ୟତ ପାଇଁ କିପରି ସମ୍ବେଦନହୀନ ତାହା ବୁଝିବାକୁ ପଡ଼ିବ । କେବଳ ପ୍ରତିଶ୍ରୁତିର ପାହାଡ଼ ଠିଆ କରି ଏହାକୁ କ୍ରିୟାନ୍ୱିତ କରିବାକୁ ପ୍ରତିବଦ୍ଧତା ରଖୁ ନ ଥିବା ବ୍ୟକ୍ତିକୁ ଆପଣ କେମିତି ଦେଖିବେ ? ଯାହା ଆମର ଯୁବପିଢ଼ୀଙ୍କ ଭବିଷ୍ୟତ ଗଢ଼ିବ ସେ ସବୁ ନ କରି କେବଳ ସବୁ କଥାକୁ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ଓ ଭୋଟ ରାଜନୀତି ପାଇଁ ବ୍ୟବହାର କରିବାକୁ ଆପଣ କେମିତି ବିଚାର କରିବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ?





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନୂତନ ରୂପ ନେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ନୂତନ ରୂପ ନେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

Read More...

ପାକିସ୍ଥାନ ସାମ୍ବାଦିକଙ୍କ ବିଷ୍ପୋରକ ବୟାନ

ପାକିସ୍ଥାନ ସାମ୍ବାଦିକଙ୍କ ବିଷ୍ପୋରକ ବୟାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: