ଗଞ୍ଜାମରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଲୋକାର୍ପିତ

April 10, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଞ୍ଜାମରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଲୋକାର୍ପିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 10, 2020

କରୋନା ମହାମାରୀର ମୁକାବିଲା କରିବା ପାଇଁ ଓଡିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଜିଲାର ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହା ପୂର୍ବରୁ ରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲର ଉଦ୍‌ଘାଟନ କରାଯାଇଥିଲା। ଟାଟା ଷ୍ଟିଲ ଦେଇଥିବା ପାଣ୍ଠି ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଟାଟା ଷ୍ଟିଲ ମେଡିକା ଦ୍ବାରା ଏହି ହସ୍ପିଟାଲ ନିୟନ୍ତ୍ରିତ ହେବ। ଏହି ମେଡିକାଲଟି ଉଭୟ ଡିସିଏଚ ଏବଂ ଡି ସିଏ ସି ଭାବେ କାର୍ଯ୍ୟ କରିବ। ଏମକେସିଜି ପକ୍ଷରୁ ଡାକ୍ତର, ଷ୍ଟାଫ ନର୍ସ ଏବଂ ଅନ୍ୟାନ୍ୟ ସରଞ୍ଜାମ ଏହି ହସ୍ପିଟାଲକୁ ଯୋଗାଇ ଦିଆଯିବ। କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଏଠାରେ ଭେଣ୍ଟିଲେଟର ସହିତ ୧୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯିବ। ଏଥିରେ ଅଲଗା ଅଲଗା ଆଇସୋଲେସନ ଏବଂ ସାଧାରଣ କୋଭିଡ ୱାର୍ଡ ରହିବ। ଏହି ହସ୍ପିଟାଲ ପାଇଁ ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ଲାଗି ମେଡିକାଲ କ୍ୟାମ୍ପସ ଭିତରେ ବ୍ୟବସ୍ଥା ହୋଇଛି। ଟାଟା ମେଡିକାର କର୍ମଚାରୀ ଏହି ହସ୍ପିଟାଲର କାର୍ଯ୍ୟକୁ ସୁରୁଖୁରୁରେ ଚାଲିବାରେ ସହାୟତା କରିବେ। ଏହି ହସ୍ପିଟାଲରେ କୋଭିଡ-୧୯ ର ନିୟମାବଳୀକୁ କଡାକଡି ପାଳନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

ବଦଳିଲା ହାଇକୋର୍ଟ ନିର୍ଦ୍ଦେଶ

Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଆଇଆର୍‌ପିଏମ୍‌ ବିଭାଗରେ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଆଇଆର୍‌ପିଏମ୍‌ ବିଭାଗରେ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: