ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା

April 12, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 12, 2020

ଗଞ୍ଜାମରେ କରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚ ମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ୨୨ ଗୋଟି ବ୍ଲକ୍ ର ସରପଞ୍ଚ ମାନଙ୍କୁ କରୋନା ମୁକାବିଲା ପାଇଁ ପ୍ରତ୍ୟେକ୍ଷ ଭାବେ ସାମିଲ୍ ହେବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି । ଗ୍ରାମ ପଞ୍ଚାୟତରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦିଆଯିବ । ଜିଲ୍ଲାର ଯେଉଁ ଲୋକମାନେ ବାହାର ରାଜ୍ୟରେ ଅଟକିଛନ୍ତି, ସେମାନଙ୍କୁ ଲକ୍ ଡାଉନ୍ ପରେ ଆସିବାକୁ କୁହାଯିବ । ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚ ମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ଲକ୍ ଡାଉନ୍ ସମୟରେ ଚାଷ କାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ ଓ କୁକୁଡା ପାଳନ ଯଥାରୀତି ଚାଲିବ । ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯିବ । ଘର ଘର ବୁଲି ଯେଉଁ ସ୍ବାସ୍ଥ୍ୟ ଯାଂଚ୍ କାର୍ଯ୍ୟ ଚାଲିଛି ସେଥିରେ ସହଯୋଗ କରିବା ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ । ଯାଂଚ୍ ସମୟରେ ଯେଉଁ ମାନଙ୍କର ସାମାନ୍ୟତମ ଲକ୍ଷଣ ଦୃଷ୍ଟି ଗୋଚର ହେବ ଡାକ୍ତରୀ ଦଳ ତୁରନ୍ତ ଭଲ ଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ । ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ । ଯେଉଁମାନେ ପୋଖରୀରେ ଗାଧୋଉଛନ୍ତି ସେମାନଙ୍କୁ ନିବୃତ୍ତ କରିବା ପାଇଁ ସରପଞ୍ଚମାନେ ବିହିତ ଚେଷ୍ଟା କରିବେ । ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ । ପ୍ରତ୍ୟେ୍କ ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ । ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ । ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୁଚାରୁ ରୂପେ କରାଯିବ । କୌଣସି ଅସୁବିଧା ହେଲେ ସରପଞ୍ଚମାନେ ସିଧା ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।ଟ୍ରାଫିକ୍ ନିୟମ ନ ମାନି ମୋଟରସାଇକେଲ ଚଳାଇଲେ ବିନା ହେଲମେଟ୍ ପାଇଁ ୫୦୦ ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିଲେ ୫୦୦ ଟଙ୍କା ଓ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ୫୦୦ ଟଙ୍କା ଆଦାୟ କରାଯିବ । ଦୋକାନୀ ମାନେ ମଧ୍ୟ ମାସ୍କ ପିନ୍ଧି ନଥିବା ଗରାଖଙ୍କୁ ସଉଦା ଦେବେ ନାହିଁ । କଳାବଜାରୀ ଓ ଅଧିକ ଦାମ୍ ରେ ଜିନିଷ ବିକ୍ରି କରୁଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ବାହାର ଫେରନ୍ତା ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବ । ଚୋରା ମଦ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ବିକୁଥିବା ବ୍ୟକ୍ତିଙ୍କୁ ମଧ୍ୟ ୧୪ ଦିନିଆ କ୍ବାରେଣ୍ଟାଇନ୍ ରେ ରଖାଯିବ । ଲକ୍ ଡାଉନ୍ କୁ ସମସ୍ତେ ଯେପରି ଆଗ୍ରହର ସହିତ ମାନିବେ ସେଥିପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ । ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରି ନିରନ୍ତର ସେବା ଯୋଗାଉଛି ରେଲଓ୍ବେ

ଆତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରି ନିରନ୍ତର ସେବା ଯୋଗାଉଛି ରେଲଓ୍ବେ

Read More...

ମାସକର ସନ୍ତାନକୁ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ

ମାସକର ସନ୍ତାନକୁ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: