ରକ୍ତ ଅଭାବ ଦୁର କରିବାରେ ୱାର୍ଟସ ଆପ ଗ୍ରୁପ ସାଜିଛି ପ୍ରମୁଖ ମାଧ୍ୟମ

April 13, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ରକ୍ତ ଅଭାବ ଦୁର କରିବାରେ ୱାର୍ଟସ ଆପ ଗ୍ରୁପ ସାଜିଛି ପ୍ରମୁଖ ମାଧ୍ୟମ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 13, 2020

ଖରାଦିନ ଆରମ୍ଭ ହେଲା ସାରା ବିଶ୍ୱରେ ରକ୍ତ ଅଭାବ ଦେଖା ଦେଇଥାଏ, ରକ୍ତ ଭଣ୍ଡାର ଗୁଡିକରେ ମଧ୍ୟ ରକ୍ତ ମିଳେ ନାହିଁ । ଏହି ସମୟରେ ବୋଝ ଉପରେ ଲଳିତା ବିଡା ପରି ଦାଉ ସାଜିଛି କୋରୋନା ଭାଇରସ, ଏବଂ ରୋଗୀଙ୍କ ସଂପର୍କୀୟ ରକ୍ତ ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏହି ସମୟରେ ସେମାନଙ୍କୁ ସାହର୍ଯ୍ୟର ହାତ ବଢାଇଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଅଞ୍ଚଳର କିଛି ଯୁବ ଗୋଷ୍ଠି , ୱାର୍ଟସଆପ ଗ୍ରୁପ ଜରିଆରେ ବିଭିନ୍ନ ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି । କିଛି ଦିନ ହେବ ସେହି ଅଞ୍ଚଳର ଜଣେ ୫୪ ବର୍ଷିୟ କାଶିନାଥ ପ୍ରଧାନ କିଡନି ଜନିତ ରୋଗରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ପୂର୍ବରୁ ସୁମନ୍ତ ଚର୍ଚ୍ଚିଙ୍କ ନେତୃତ୍ୱରେ ଜଣେ ରକ୍ତଦାନ କରିଥିଲେ । ପୁଣିଥରେ ଆଉ ଏକ ରକ୍ତ ଦରକାର ପଡିବାରୁ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକ ନିହାର ପ୍ରସାଦ ପାତ୍ର (୨୧) ଆସି ବ୍ରହ୍ମପୁରଲ ରକ୍ତ ଭଣ୍ଡାରରେ ରକ୍ତ ଦାନ କରିଥିଲେ । ବର୍ତ୍ତମାନର ପରିସ୍ଥିତିରେ ରକ୍ତ ଅଭାବକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସାମାଜିକ ଗଣମାଧ୍ୟମ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

Read More...

ଲକ ଡାଉନ ସମୟରେ ପର୍ଯ୍ୟଟନ ସ୍ଥଳରେ ବୁଲା ପଶୁଙ୍କ କଥା ଶୁଣେ କିଏ

ଲକ ଡାଉନ ସମୟରେ ପର୍ଯ୍ୟଟନ ସ୍ଥଳରେ ବୁଲା ପଶୁଙ୍କ କଥା ଶୁଣେ କିଏ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: