ସମ୍ବାଦ କଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

February 24, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ସମ୍ବାଦ କଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Bhagyaprabha News Bureau
February 24, 2019

ରବିବାର ଦିନ ବ୍ରହ୍ମପୁର ସ୍ଥିତ ଗୁରୁକୁଳ ଇନଟର ନ୍ୟାସନାଲ ସ୍କୁଲ ପରିସରରେ ଦୈନିକ ଖବରକାଗଜ ସମ୍ବାଦ କଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି



ଦକ୍ଷିଣାଞ୍ଚଳ ମୁଖ୍ୟ ସାନ୍ତୁନୁ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ୮୨୫ ଜଣ ଛାତ୍ରଛାତ୍ରୀ ନୃତ୍ୟ , ସଙ୍ଗୀତ , ତର୍କ , ରଚନା , ଚିତ୍ରାଙ୍କନରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଚାରକ ଭାବେ ଜ୍ୟୋତି ବାବୁ , ମିନା ଦାସ, ସୁମନ୍ତ୍ରୀ ପଣ୍ଡା , ପ୍ରଭାତ କୁମାର ପାତ୍ର , ସୋନୁ ମହାରଣା , ସଦାନନ୍ଦ ପାଢୀ , ଜ୍ୟୋସ୍ନା ରାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।



ଏହି ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୨୮ ତାରିଖରେ ସଂସ୍କୃତି ଭବନ ଠାରେ ହେବାକୁ ଥିବା ୨୫ ତମ ସ୍ଵନକ୍ଷେତ୍ର ଉତ୍ସବରେ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ପ୍ରଦାନ କରାଯିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ କଳିକା ବ୍ରହ୍ମପୁର ଉପଖଣ୍ଡ ମୁଖ୍ୟ କୈଳାସ ଚନ୍ଦ୍ର ସାହୁ , କିରଣ କୁମାର ବେହେରା , ଦୀପକ ପଣ୍ଡା , ରାଜେନ୍ଦ୍ର ପଣ୍ଡିତ , ପ୍ରଦୀପ ଚୌଧୁରୀ , ନଳିନୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆପଡାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ

ନୂଆପଡାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ

Read More...

ଏପ୍ରିଲ୍ ୧ରେ ମିଳିବ ୨ ପର୍ଯ୍ୟାୟ    କାଳିଆ ଟଙ୍କା ରାଜ୍ୟସରକାରଙ୍କ ଘୋଷଣା

ଏପ୍ରିଲ୍ ୧ରେ ମିଳିବ ୨ ପର୍ଯ୍ୟାୟ କାଳିଆ ଟଙ୍କା ରାଜ୍ୟସରକାରଙ୍କ ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: