କ୍ୱାରେଣ୍ଟାଇନରେ ରହିବେ ଭୁବନେଶ୍ୱରରୁ ଗଞ୍ଜାମ ଫେରନ୍ତା ସରକାରୀ କର୍ମଚାରୀ

April 16, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
କ୍ୱାରେଣ୍ଟାଇନରେ ରହିବେ ଭୁବନେଶ୍ୱରରୁ ଗଞ୍ଜାମ ଫେରନ୍ତା ସରକାରୀ କର୍ମଚାରୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 16, 2020

କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏବେ ଗତ ମାର୍ଚ୍ଚ ୨୨ ତାରିଖ ପରଠାରୁ ଯେଉଁ ସରକାରୀ ଅଧିକାରୀମାନେ ଭୁବନେଶ୍ୱର ଯାଇ ଗଞ୍ଜାମ ଜିଲାକୁ ଫେରିଛନ୍ତି ସେମାନଙ୍କୁ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ମାର୍ଚ୍ଚ ୨୨ ତାରିଖ ପରଠାରୁ ଗଞ୍ଜାମ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଭୁବନେଶ୍ୱର ଯାଇ ଫେରିଛନ୍ତି। କିଛି ଅଧିକାରୀ ସରକାରୀ କାର୍ୟ୍ୟରେ ଯାଇଥିବା ବେଳେ ଆଉ କିଛି ନିଜ ବ୍ୟକ୍ତିଗତ କାର୍ୟ୍ୟରେ ଭୁବନେଶ୍ୱର ଯାଇ ସେଠାରୁ ଫେରିଛନ୍ତି । କେତେଜଣ ନିଜ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇଥିବା ବେଳେ ଆଉ କିଛି କର୍ମଚାରୀ ବିନା ଅନୁମତିରେ ମଧ୍ୟ ଭୁବନେଶ୍ୱର ଯାଇଛନ୍ତି। ତେଣୁ ମାର୍ଚ୍ଚ ୨୨ ରୁ ଆଜି ପର୍ୟ୍ୟନ୍ତ ଭୁବନେଶ୍ୱର ଯାଇ ଫେରିଥିବା କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ହୋମ କ୍ୱାରେଣ୍ଟାଇଇନରେ ପଠାଇବାକୁ ଗଞ୍ଜାମର ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମ କମିଶନର, ସମସ୍ତ ଉପଜିଲାପାଳ, ବିଡିଓ, ତହସିଲଦାର, ସିଡିପିଓ ଓ ୟୁଏଲବିର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲ୍ଲାପାଳ କହିଛନ୍ତି ଯେ ,ଯେଉଁ କର୍ମଚାରୀଙ୍କୁ ସରକାରୀଙ୍କ ପକ୍ଷରୁ ଭୁବନେଶ୍ୱର ପଠାଯାଇଥିଲା ସେମାନଙ୍କ କ୍ୱାରେଣ୍ଟାଇନ ଅବଧିକୁ ଡ୍ୟୁଟି ବୋଲି ଗ୍ରହଣ କରାଯିବ। ଯେଉଁ କର୍ମଚାରୀ ବା ଅଧିକାରୀ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଭୁବନେଶ୍ୱର ଯାଇଛନ୍ତି ତାଙ୍କ କ୍ୱାରେଣ୍ଟାଇନ ଅବଧିକୁ ଛୁଟି ଭାବେ ବିବେଚନା କରାଯିବ। ଯେଉଁମାନେ ଅନୁମତି ନନେଇ ଯାଇଛନ୍ତି ସେମାନଙ୍କ ଅନୁପସ୍ଥିତି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାସନ କାର୍ଡ ଥାଇ ମଧ୍ୟ ମିଳୁନି ସରକାରୀ ସହାୟତା

ରାସନ କାର୍ଡ ଥାଇ ମଧ୍ୟ ମିଳୁନି ସରକାରୀ ସହାୟତା

Read More...

ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା ଆକ୍ରାନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: