ଗଡ ଗୋବିନ୍ଦପୁର ପଞ୍ଚାୟତରେ ରାସନକାର୍ଡ ଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

April 17, 2020, ବିଶେଷ, ଗଞ୍ଜାମ, Kiran Behera
ଗଡ ଗୋବିନ୍ଦପୁର ପଞ୍ଚାୟତରେ ରାସନକାର୍ଡ ଧାରୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
April 17, 2020

କରୋନା ମହାମାରୀକୁ ନେଇ ରାଜ୍ୟରେ ଲକଡାଉନ କଟକଣା ଜାରି ପରଠାରୁ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ରାଶି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗଡ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ଗ୍ରାମରେ ରହୁଥିବା ରାସନ କାର୍ଡ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯ ପାଇଁ ପୂର୍ବରୁ ଘୋଷଣା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା , ଗ୍ରାମ ରୋଜଗାର ସେବକ ତପନ କୁମାର ସାହୁ , ଯୋଗାଣ ସହାୟକ ସନ୍ତୋଷ ବେହେରା ପଞ୍ଚାୟତ ଅଧିନରେ ଥିବା ଡାବାରା ସିଂ , ଗଡ ଗୋବିନ୍ଦପୁର , ଧାନରାଶି , କଳିଙ୍ଗଦଳା ଆଦି ଗ୍ରାମରେ ପହଞ୍ଚି ଯୋଗ୍ଯ ବିବେଚିତ ୧୧୫ ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଓ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ସହଯୋଗ କରୁଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଣୀରତ୍ନ ପଣ୍ଡିତ ଙ୍କ ମାତୃ ବିୟୋଗ

ବାଣୀରତ୍ନ ପଣ୍ଡିତ ଙ୍କ ମାତୃ ବିୟୋଗ

Read More...

ପୋଲିସ ପକ୍ଷରୁ ସ୍କୁଟି ସହ ୫୦ ଲିଟର ଦେଶୀମଦ ଜବତ: ୨ ଗିରଫ

ପୋଲିସ ପକ୍ଷରୁ ସ୍କୁଟି ସହ ୫୦ ଲିଟର ଦେଶୀମଦ ଜବତ: ୨ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: