କୁଶପଡା ପଞ୍ଚାୟତରେ ସହାୟତା ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ

April 17, 2020, ଓଡ଼ିଶା, ଗଞ୍ଜାମ, Kiran Behera
କୁଶପଡା ପଞ୍ଚାୟତରେ ସହାୟତା ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ
Kiran Behera
[ Reporter,Digapahandi ]
Bhagyaprabha News Bureau
April 17, 2020

କରୋନା ମହାମାରୀକୁ ନେଇ ରାଜ୍ୟରେ ଲକଡାଉନ କଟକଣା ଜାରି ପରଠାରୁ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ରାଶି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅଧୀନ ଗ୍ରାମରେ ରହୁଥିବା ରାସନ କାର୍ଡ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯ ପାଇଁ ପୂର୍ବରୁ ଘୋଷଣା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍. ଗାନ୍ଧୀ , ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ନାଏବ ସରପଞ୍ଚ ପ୍ରତିନିଧି ଆର . ଦେବହରୀ ଦୋରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ବରାଡ , ଗ୍ରାମ ରୋଜଗାର ସେବକ ଆର . ମୁନା ଦୋରା , ଯୋଗାଣ ସହାୟକ ଏମ୍ . ସୀତା ଦୋରା , ପଞ୍ଚାୟତ ବିଜେଡି ସଭାପତି ଏମ୍. ବାଲାଜୀ ରେଡ୍ଡୀ ପ୍ରମୁଖ ପଞ୍ଚାୟତ ଅଧିନରେ ଥିବା କୁଶପଡା , ପତାଣ୍ଡ , ସାମନ୍ତରାପୁର ଆଦି ଗ୍ରାମରେ ପହଞ୍ଚି ଯୋଗ୍ୟ ବିବେଚିତ ୩୦୦ ରୁ ଉର୍ଦ୍ଧ୍ୱ ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଓ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ସହଯୋଗ କରୁଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କୁ ମାସ୍କ ଓ ସାନିଟାଇଜର ସହ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ

ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କୁ ମାସ୍କ ଓ ସାନିଟାଇଜର ସହ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ

Read More...

ବାଣୀରତ୍ନ ପଣ୍ଡିତ ଙ୍କ ମାତୃ ବିୟୋଗ

ବାଣୀରତ୍ନ ପଣ୍ଡିତ ଙ୍କ ମାତୃ ବିୟୋଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: