ଦିଗପହଣ୍ଡି ଅବକାରୀ ପକ୍ଷରୁ ୭୦ ପ୍ୟାକେଟ ବିଦେଶୀ ମଦ ଜବତ , ୧ ଗିରଫ

April 17, 2020, ଅପରାଧ, ଗଞ୍ଜାମ, Kiran Behera
ଦିଗପହଣ୍ଡି ଅବକାରୀ ପକ୍ଷରୁ ୭୦ ପ୍ୟାକେଟ ବିଦେଶୀ ମଦ ଜବତ , ୧ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
April 17, 2020

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପୂର୍ବାହ୍ନ ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ସାନଖେମୁଣ୍ଡି ଅଞ୍ଚଳର ପ୍ରତାପଗିରି ଗ୍ରାମ ରାସ୍ତା ପାର୍ଶ୍ବରେ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ସମୟରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ୭୦ ପ୍ୟାକେଟ ଦେଶୀମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ବଡଗଡ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ସୁକଦେବ ବିଷୋୟୀ ବୋଲି ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ - ୨/୨୦-୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଧରପଗଡରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ , ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ ,ପ୍ରମୁଖ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଜବତ : ୨ ଗିରଫ

ପାଟପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଜବତ : ୨ ଗିରଫ

Read More...

ଉନ୍ନତି ମହିଳା ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଉନ୍ନତି ମହିଳା ସଂଘ ପକ୍ଷରୁ ମାସ୍କ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: