ଦିଗପହଣ୍ଡି ଅବକାରୀ ପକ୍ଷରୁ ପୃଥକ ସ୍ଥାନରୁ ୯୮ ପ୍ୟାକେଟ ଦେଶୀମଦ ଜବତ , ୨ ଗିରଫ

April 18, 2020, ଅପରାଧ, ଗଞ୍ଜାମ, Kiran Behera
ଦିଗପହଣ୍ଡି ଅବକାରୀ ପକ୍ଷରୁ ପୃଥକ ସ୍ଥାନରୁ ୯୮ ପ୍ୟାକେଟ ଦେଶୀମଦ ଜବତ , ୨ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
April 18, 2020

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶନିବାର ପୂର୍ବାହ୍ନ ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସର ମିଳିତ ଉଦ୍ୟମରେ ସାନଖେମୁଣ୍ଡି ଅଞ୍ଚଳର ହାଟପଦା ଛକ ଓ ସାହାସପୁର ଗ୍ରାମରେ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ସମୟରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ହାଟପଦା ଛକର ସଜନୀ ଡାକୁଆ ନାମକ ମହିଳାଙ୍କ ଠାରୁ ୪୮ ପ୍ୟାକେଟ ଓ ସାହାସପୁର ଗ୍ରାମର ପ୍ରଶାନ୍ତ ବେହେରା ଠାରୁ ୪୫ ପ୍ୟାକେଟ ଦେଶୀମଦ ଜବତ କରି ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , ଶନିବାର ସକାଳେ ଦିଗପହଣ୍ଡି ଅବକାରୀ କର୍ମଚାରୀମାନେ ପେଟ୍ରୋଲି କରୁଥିବା ସମୟରେ ଏହି ଚଢାଉ କରିଥିଲା । ଏନେଇ ଅବକାରୀ ପୃଥକ ମାମଲା ନଂ - ୩/୪/୨୦-୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କ ଉପସ୍ଥିତରେ ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମାନବିକତା ଦେଖାଇଲେ ହୋମଗାର୍ଡ

ମାନବିକତା ଦେଖାଇଲେ ହୋମଗାର୍ଡ

Read More...

ଅଦିନିଆ ବର୍ଷା ସହ କୁଆ ପଥର ମାଡ଼

ଅଦିନିଆ ବର୍ଷା ସହ କୁଆ ପଥର ମାଡ଼

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: