ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲେ ୯୧ ବର୍ଷୀୟ ବୃଦ୍ଧ ଯୁଗୀନ୍ଦ୍ର

April 19, 2020, ଓଡ଼ିଶା, ବଲାଙ୍ଗୀର, Gupteswar Prusty
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲେ ୯୧ ବର୍ଷୀୟ ବୃଦ୍ଧ ଯୁଗୀନ୍ଦ୍ର
Gupteswar Prusty
[ Reporter-balangir ]
Bhagyaprabha News Bureau
April 19, 2020

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲେ ୯୧ ବର୍ଷୀୟ ବୃଦ୍ଧ ଯୁଗୀନ୍ଦ୍ର । କରୋନା ମହାମାରୀ ରୁ ଆମ ରାଜ୍ୟର ଲୋକମାନଙ୍କୁ ଉଦ୍ଧାର କରିଦିଅ । ସରକାର ମୋତେ ଯେଉଁ ମାସିକିଆ ବାର୍ଦ୍ଧକ୍ୟ ଭତ୍ତା ଆଉ ରେସନ କାର୍ଡରେ ଚାଉଳ ଦେଉଛନ୍ତି , ସେଇଥିରୁ କିଛିକିଛି ବଳେଇ ଯାହା ଯେତିକି ସଞ୍ଚୟ କରିଥିଲି ଆଜି ଆପଣଙ୍କୁ ତାହା ଦେଇଦେଉଛି । ମୋର ଏହି କଷ୍ଟ ଅର୍ଜିତ ପଇସା ନିଶ୍ଚୟ ଏହି କରୋନା ଯୁଦ୍ଧରେ ଲାଗିବ ବୋଲି ଭାବୁଛି । ଏହା କେଉଁ ଅଭିନୟର କାହାଣୀ ନୁହେଁ । ଜଣେ ହୃଦୟବାନ ଗରିବ ଲୋକର ମଣିଷପଣିଆର ସତ କାହାଣୀ । କରୋନା ଯୁଦ୍ଧ ପାଇଁ ସରକାରଙ୍କ ଡାକରାରେ ଏହି ବୃଦ୍ଧଙ୍କ ଏପରି ମହାନତାକୁ ନିଶ୍ଚୟ ପ୍ରଶଂସା ନକରି କେହି ରହି ପାରିବେନି । କରୋନା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜକୋଷ ଏକ ପ୍ରକାର ଖାଲି ହେଉଛି । ରାଜ୍ୟର ଏପରି ସଙ୍କଟ ସମୟରେ ସରକାର ରାଜ୍ୟବାସୀଙ୍କ ଠାରୁ ଆର୍ଥିକ ସହାୟତାର ହାତ ପାତିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଏ କେତେ ଧନୀ ମାନୀ ଦାନ କରୁଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦୦୦ ଟଙ୍କା ଦାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗାଁର ଯୁଗୀନ୍ଦ୍ର ସାହୁ । । ଯୁଗୀନ୍ଦ୍ର ଜଣେ ନିସନ୍ତାନ ବ୍ୟକ୍ତି । ଭୂମିହୀନ ବି । ଜଣେ ସମ୍ବଳହୀନ ନିଶ୍ବ ଗରିବ ବୋଲି ସରକାର ତାଙ୍କୁ ମାସିକ ୫୦୦ ଟଙ୍କା ଓ ରାସନ ବାବଦକୁ ମାସିକ ୫ କିଲୋ ଚାଉଳ ଦିଅନ୍ତି । ବାସ୍ , ସେତିକି ତାଙ୍କର ସମ୍ବଳ । ଗାଁରେ ରହି ଦୁଃଖ କଷ୍ଟରେ ଚଳିଯାନ୍ତି ଯୁଗୀନ୍ଦ୍ର । ସରକାର ଦେଉଥିବା ଏହି ଭତ୍ତା ଆଉ ରାସନରୁ କିଛିକିଛି ନିଜ ପେଟରୁ କାଟି ଯୁଗୀନ୍ଦ୍ର ସଞ୍ଚୟ କରିଥିଲେ ୪ ହଜାର ଟଙ୍କା । ରାଜ୍ୟର ଏହି ବିପତ୍ତି ସମୟରେ ଏସବୁ ସଞ୍ଚୟ ଟଙ୍କା ଗୁଡିକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ମନସ୍ଥ କଲେ । ଗତ ୧୮ ତାରିଖରେ ଯୁଗୀନ୍ଦ୍ର ଆଗଲପୁର ବ୍ଲକରେ ପହଞ୍ଚି, ବିଡିଓ ବିଜୟ ହୋତାଙ୍କ ହାତକୁ ଏହି ଟଙ୍କା ତକ ଟେକି ଦେଇଛନ୍ତି । ଯେଉଁ ବିଡିଓ ପ୍ରତି ମାସରେ ତାଙ୍କୁ ୫୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦିଅନ୍ତି, ସେହି ବିଡିଓ ଯୁଗୀନ୍ଦ୍ରଙ୍କ ହାତରୁ ୮ ମାସର ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଦେଇଥିବା ୪୦୦୦ ଟଙ୍କା ଗ୍ରହଣକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି । ଯୁଗୀନ୍ଦ୍ରଙ୍କ ପରି ଏମିତି ବିଶାଳ ହୃଦୟର ମଣିଷ ଏଯୁଗରେ ଦେଖିବା ବିରଳ ନିଶ୍ଚୟ । ଜୀବନ ସାରା ସମାଜସେବା କରି କରି ଆସିଥିବା ଯୁଗୀନ୍ଦ୍ର, ୯୫ ବର୍ଷ ବୟସରେ କରିଥିବା ଏପରି ତ୍ୟାଗ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକଡାଉନ ସମୟରେ ଅଗ୍ନିକାଣ୍ଡ ଜଳିଗଲା ଦୋକାନ

ଲକଡାଉନ ସମୟରେ ଅଗ୍ନିକାଣ୍ଡ ଜଳିଗଲା ଦୋକାନ

Read More...

ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି  ଜଷ୍ଟିସ୍ ମହମ୍ମଦ ରଫିକ୍

ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: