ବୁର୍ଲାରେ କରୋନା ନମୁନା ପରୀକ୍ଷା ଆରମ୍ଭ

April 19, 2020, ସ୍ବାସ୍ଥ୍ୟ, ସମ୍ବଲପୁର, BHAGYAPRABHA NEWS
ବୁର୍ଲାରେ  କରୋନା ନମୁନା ପରୀକ୍ଷା ଆରମ୍ଭ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 19, 2020

ଆଜି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ ପଠାଯାଉଥିଲା। ଫଳରେ ପରୀକ୍ଷା ରିପୋର୍ଟ ଆସିବାକୁ ସମୟ ଲାଗୁଥିଲା । ଆଜି ଠାରୁ ବୁର୍ଲାରେ ପରୀକ୍ଷଣ ଆରମ୍ଭ ହେଉଥିବାରୁ କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ଶୀଘ୍ର ମିଳିପାରିବ ଓ ସ୍ଥାନୀୟ ଅଞ୍ଚଳରେ ସନ୍ଦିଗ୍ଧଙ୍କର ତ୍ବରିତ ପରୀକ୍ଷଣ ହୋଇପାରିବ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ବିଶୋର ଦାସ ଦେଇଥିବା ସୂଚନା ଅନୁସାରେ ବୁର୍ଲାରେ ଥିବା ଗବେଷଣାଗାରରେ ଦୈନିକ ଦୁଇ ପାଳି (ଶିଫ୍ଟ)ରେ ପ୍ରାୟ ୯୦ ନମୁନା ପରୀକ୍ଷା କରାଯାଇ ପାରିବ। ଯଦି ଆବଶ୍ୟକତା ପଡ଼େ ଅଧିକ ଦୁଇଟି ପରୀକ୍ଷଣ ଯନ୍ତ୍ର (RTPCR machine) ବସାଇ ଅଧିକ ନମୁନା ପରୀକ୍ଷଣର ବ୍ୟବସ୍ଥା କରାଯିବ। ଖୁବ୍‌ ଶୀଘ୍ର ଏଠାରେ ଆଣ୍ଟି-ବଡି ଟେଷ୍ଟ୍‌ ଓ ରାପିଡ୍‌ ଟେଷ୍ଟ ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ବୁର୍ଲାରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମୀଙ୍କ ପାଇଁ ଖାଇବା ବ୍ୟବସ୍ଥା ଓ ଯାତାୟତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କ୍ବାରାଣ୍ଟିନରେ ଥିବା ମେଡିକାଲ ଓ ପାରାମେଡିକାଲ ଷ୍ଟାଫମାନଙ୍କୁ ଖାଦ୍ୟ ଓ ରହିବାର ଉଚିତ ସୁବିଧା ମିଳୁନାହିଁ ବୋଲି ଭିମସାରର କନିଷ୍ଠ ଚିକିତ୍ସକ ସଂଘ (JDA) ଅଭିଯୋଗ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ

Read More...

ଲକଡାଉନ ସମୟରେ ଅଗ୍ନିକାଣ୍ଡ ଜଳିଗଲା ଦୋକାନ

ଲକଡାଉନ ସମୟରେ ଅଗ୍ନିକାଣ୍ଡ ଜଳିଗଲା ଦୋକାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: