ଗ୍ରାମାଞ୍ଚଳରେ କାରଖାନା ସହରରେ ବ୍ୟବସାୟ

April 20, 2020, ଅପରାଧ, ଗଞ୍ଜାମ, Swadhina Kumar Sahu
ଗ୍ରାମାଞ୍ଚଳରେ କାରଖାନା ସହରରେ ବ୍ୟବସାୟ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 20, 2020

ଗ୍ରାମାଞ୍ଚଳ ଯେପରିକି ନକଲି ପୁଡ଼ିଆ ବ୍ୟବସାୟୀଙ୍କ ପାଇଁ ସଂରକ୍ଷିତ ସ୍ଥଳ ପାଲଟି ଯାଇଛି। ଗୁଟକା, ପୁଡ଼ିଆ ପରି ଦ୍ରବ୍ୟକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଏଥିରେ ଲିପ୍ତ ରହିଛନ୍ତି। ଵ୍ରହ୍ମପୁର ସଦର ପୋଲିସ ପକ୍ଷରୁ ଏକ ନକଲି ପୁଡ଼ିଆ କାରଖାନା ଠାବ କରି ବହୁ ସାମଗ୍ରୀ ସହ ମସିନ ଜବତ କରିଥିବା ବେଳେ ଏହି ଘଟଣାର ମାତ୍ର କିଛି ଦିନ ପରେ ଆଜି ପୁଣିଥରେ ସହର ଉପକଣ୍ଠରେ ଗୋଳନ୍ଥରା ପୋଲିସ ପକ୍ଷରୁ ଅନ୍ୟ ଏକ ନକଲି ପୁଡ଼ିଆ କାରଖାନା ଠାବ କରାଯାଇଛି। କାରଖାନା ଠାବ ହେବାପରେ ଵ୍ରହ୍ମପୁର ବଡ ବଜାର ଅଂଚଳରେ ଏକ ଗୋଦାମ ରେ ମଧ୍ୟ ମାତ୍ରାଧିକ ପୁଡ଼ିଆ ଲୁଚାଇ ରଖିଥିବ ଜାଣିବାକୁ ପାଇଥିଲା ପୋଲିସ।ଏହାପରେ ସଦର ଏସ୍ଡିପିଓଙ୍କ ନେତୃତ୍ୱରେ ଗୋଳନ୍ଥରା ଓ ଵ୍ରହ୍ମପୁର ବଡ ବଜାର ଥାନାର ଏକ ମିଳିତ ଟିମ ସ୍ଥାନୀୟ ଦେଶୀ ବେହେରା ସାହିରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଉକ୍ତ ଗୋଦାମରୁ ୧୫ ବସ୍ତା ନକଲି ପୁଡ଼ିଆ ଜବତ ହୋଇଥିଲା। ଏତେ ପରିମାଣରେ ଗୁଟକା ତିଆରି ମସିନ ଓ ସାମଗ୍ରୀ କେଉଁଠୁ ଆସୁଛି ତାହା ବର୍ତ୍ତମାନ ପୋଲିସ ପାଇଁ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ

Read More...

 ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକଙ୍କ  ନାମ ପଞ୍ଜିକରଣ ବାଧ୍ୟତାମୂଳକ

ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକଙ୍କ ନାମ ପଞ୍ଜିକରଣ ବାଧ୍ୟତାମୂଳକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: