କୋରୋନା ଯୋଦ୍ଧା ରୂପେ ସଫେଇ କର୍ମଚାରୀମାନେ ସମ୍ବର୍ଦ୍ଧିତ

April 29, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
କୋରୋନା ଯୋଦ୍ଧା ରୂପେ ସଫେଇ କର୍ମଚାରୀମାନେ ସମ୍ବର୍ଦ୍ଧିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 29, 2020

କରୋନା ଭାଇରସ ସଂକ୍ରମଣକୁ ନାହିଁ ଖାତିର କର୍ମ ଯେପରି ମାନବ ସେବା ପାଲଟିଛି ସାରା ରାଜ୍ୟରେ ସଫେଇ କର୍ମଚାରୀଙ୍କ ପାଇଁ । ଏହି ସମୟରେ ମଧ୍ୟ ନିଜ ଜୀପନ ଓ ପରିବାରର ସମସ୍ଥ ଆବଶ୍ୟକତାକୁ ପଛରେ ପକାଇ ଏମାନେ ଜନ ସାଧାରଣଙ୍କ ସେବା ଏବେବି ଜାରୀ ରଖିଛନ୍ତି । ଏହିପରି ପ୍ରକୃତ ଯୋଦ୍ଧାଙ୍କୁ ଆଜି ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡର ଲୋକେ ନିଜ ନିଜ ଅଞ୍ଚଳର ସଫେଇ କର୍ମଚାରୀଙ୍କୁ ଫୁଲମାଳ ଦେଇ ସେମାନଙ୍କର ନିଷ୍ଟାପର କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା କରିଛନ୍ତି । ସାରାଦେଶ ମେ ମାସ ୩ ତାରିଖ ପଯ୍ୟନ୍ତ ଲକ୍ ଡାଉନ୍ ଥିବାବେଳେ ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଦେହ ଖରାପ ହେଲେ ଘରୁ ବାହାରକୁ ଆସୁଛନ୍ତି । ଏହି ସମୟରେ କରୋନା ଭୁତାଣୁ କୁ ଭୟ ନକରି ବ୍ରହ୍ମପୁର ପୌରପାଳିକାର ୱାର୍ଡ ନମ୍ୱର୍ ୨୫ର ୨୨ ଜଣ ସଫେଇ କର୍ମଚାରୀ ରାସ୍ତାଘାଟ, ଡ୍ରେନ ସଫା କରିବା ସହ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଏହି କର୍ମଚାରୀଙ୍କୁ ସରକାର କରୋନା ଯୋଦ୍ଧା ବୋଲି ଅଭିହିତ କରିଥିବା ବେଳେ ଜରୁରୀ କାଳୀନ ସେବାକୁ ସଠିକ୍ ଭାବେ ସଂପାଦନ କରୁଥିବାରୁ ପରିବେଶ ସଫାସୁତୁରା ରହୁଛି । ଏହି କାଯ୍ୟାକୁ ୨ ଜଣ ସୁପରଭାଇଜର ମଧ୍ୟ ଦୈନିକ ତଦାରଖ କରୁଥିବାରୁ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି । ସୁପରଭାଇଜର ନରସିଂହ ନାୟକ, ଶତ୍ରୁଘନ ଜେନା କହିଛନ୍ତି ଯେ, ଏହି ସମୟରେ ୱାର୍ଡ ସଫା ସୁତୁରାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଏ ସମ୍ପର୍କରେ ସରକାରୀ ସାନିଟାରୀ ଇନ୍ସପେକ୍ଟର ଏସ ଏନ ଆଚାରି କହିଛନ୍ତି ଯେ, ସରକାରୀ ଏବଂ ଠିକାଦାର ଅଧିନରେ କାମ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ କାର୍ଯ୍ୟ ସମୟରେ ମାସ୍କ, ସାନିଟାଇଜ ଓ ସାବୁନ୍ ଇତ୍ୟାଦି ଦିଆଯାଇଛି ବୋଲି କହିଛନ୍ତି । ଆଜି ସ୍ଥାନୀୟ ୨୫ ନମ୍ବର ୱାର୍ଡର ବରିଷ୍ଟ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଟୁଲୁ ମଙ୍ଗରାଜ, ପ୍ରଫୁଲ୍ଲ ଭୂୟାଁ, ସନ୍ତୋଷ ପଣ୍ଡା, ଅବନୀ କୁମାର ପାତ୍ର, ମନୋରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତିରେ ୨୫ ନମ୍ୱର ୱାର୍ଡର ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ ସହ ଫୁଲମାଳ ଦେଇ ସମ୍ଭର୍ଦ୍ଧତ କରିଥିଲେ । ଏହି ପ୍ରକୃତ ଯୋଦ୍ଧାଙ୍କୁ ସମସ୍ତେ ସମ୍ମାନ ଜଣାଇବା ଦରକାର ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଙ୍ଗଲରେ ରନ୍ଧାମଦ କାରବାର ଚାଲିଥିବା ବେଳେ  ପୋଲିସର ଚଢାଉ

ଜଙ୍ଗଲରେ ରନ୍ଧାମଦ କାରବାର ଚାଲିଥିବା ବେଳେ ପୋଲିସର ଚଢାଉ

Read More...

ରଙ୍ଗ ତୂଳୀ କଳାକାର ସଂଘ ନିଜ ପ୍ରତିଷ୍ଠା ଦିବସରେ କରିବେ ପ୍ରତିବାଦ

ରଙ୍ଗ ତୂଳୀ କଳାକାର ସଂଘ ନିଜ ପ୍ରତିଷ୍ଠା ଦିବସରେ କରିବେ ପ୍ରତିବାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: