କେନ୍ଦ୍ରକୁ ମେହବୁବାଙ୍କ ଧମକ:ନିଆଁ ସହ ଖେଳନାହିଁ

February 26, 2019, ଦେଶଦୁନିଆ, , Bhagyaprabha News Bureau
କେନ୍ଦ୍ରକୁ ମେହବୁବାଙ୍କ ଧମକ:ନିଆଁ ସହ ଖେଳନାହିଁ
Bhagyaprabha News Bureau
February 26, 2019

ସୁପ୍ରିମକୋର୍ଟରେ ଧାରା ୩୫କର ପୁନର୍ବିଚାର ସମ୍ପର୍କିତ ଆଗତ ମାମଲାର ଶୁଣାଣି ଥିବା ବେଳେ ପିଡିପି ନେତ୍ରୀ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଜମ୍ମୁ କଶ୍ମୀର ଲୋକଙ୍କ ଜୀବନଜୀବିକା ସହ ଜଡ଼ିତ ସମ୍ବିଧାନର ଏହି ଧାରା ସହ ନଖେଳିବାକୁ ସେ ସତର୍କ କରାଇ ଦେଇଛନ୍ତି। ଏହାଦ୍ବାରା କେନ୍ଦ୍ର ସରକାର ନିଆଁ ସହ ଖେଳିବାର ଅପଚେଷ୍ଟା କରୁଛନ୍ତି ବୋଲି ସେ ପରୋକ୍ଷରେ ଧମକ ଦେବା ସହ ଜମ୍ମୁକଶ୍ମୀରବାସୀ ଭାରତ ଠାରୁ ପୃଥକ୍ ହୋଇଯାଇପାରନ୍ତି ବୋଲି ଚେତାଇ ଦେଇଛନ୍ତି।
ସୂଚନା ଥାଉ କି, ସମ୍ବିଧାନର ଧାରା ୩୫କ ଅନୁଯାୟୀ, ଜମ୍ମୁକଶ୍ମୀରର ବ୍ୟବସ୍ଥାପିକା ହିଁ ରାଜ୍ୟବାସୀଙ୍କୁ ସଂଜ୍ଞାକୃତ(ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ) କରିବା ସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ସମ୍ପର୍କରେ ନୀତି ନିର୍ଦ୍ଧାରଣ କରିବାର କ୍ଷମତା ରଖିଛି। ତେବେ ଏଭଳି ଧାରାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ସମେତ ରାଜ୍ୟ ସରକାର ମଧ୍ୟ ଏହି ଧାରା ସପକ୍ଷରେ ଅଛନ୍ତି। ଏପରିକି ଏ ପ୍ରସଙ୍ଗରେ ଶୁଣାଣି ବେଳେ ଅଦାଲତରେ ରାଜ୍ୟ ସରକାର ଏହାର ରହିତାଦେଶ ପାଇଁ ପ୍ରସ୍ତାବ ଆଣିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ମାତ୍ର ଏ ସବୁ ସତ୍ତ୍ବେ କେନ୍ଦ୍ର ସରକାର କାଳେ ଏଭଳି ଧାରାର ଉଚ୍ଛେଦ କରିବା ସପକ୍ଷରେ ଯିବେ, ତାହା ଆଶଙ୍କା କରି ମେହବୁବା ରାଜ୍ୟବାସୀଙ୍କ ପାଇଁ ଦରଦ ଦେଖାଇବା ସହ କେନ୍ଦ୍ର ସରକାରଙ୍କୁ କଠୋର ଭାଷାରେ ତାଗିଦ କରିଛନ୍ତି। ଧାରା ୩୫କ ସହ ଖେଳିବାକୁ ଚେଷ୍ଟା କଲେ ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିବ ଯାହା କେବେ ସ୍ବାଧୀନତା ପରଠାରୁ ଦେଖିବାକୁ ମିଳିନାହିଁ ବୋଲି ମେହବୁବା ଧମକ ଦେଇଛନ୍ତି। ଏଭଳି ସ୍ଥିତିରେ ଯଦି ଜମ୍ମୁ କଶ୍ମୀର ଉପରେ ଆକ୍ରମଣ ହୁଏ ରାଜ୍ୟବାସୀ ତ୍ରିରଙ୍ଗା ଉଡ଼ାଇବା ବଦଳରେ ହାତରେ କେଉଁ ପତାକା ଧରିବାକୁ ବାଧ୍ୟ ହେବେ ତାହା ସେ କଳ୍ପନା କରିପାରୁନାହାନ୍ତି ବୋଲି ମଧ୍ୟ ମେହବୁବା ଅତି କଠୋର ଭାବେ ପରୋକ୍ଷ ଚେତାବନୀ ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଜୁନ କପୁରଙ୍କ ସହ ମଲ୍ଲାଇକାଙ୍କ ସଂପର୍କ ପ୍ରସଙ୍ଗରେ କ’ଣ ଭାବନ୍ତି ପୁଅ ଅରହାନ୍‌

ଅର୍ଜୁନ କପୁରଙ୍କ ସହ ମଲ୍ଲାଇକାଙ୍କ ସଂପର୍କ ପ୍ରସଙ୍ଗରେ କ’ଣ ଭାବନ୍ତି ପୁଅ ଅରହାନ୍‌

Read More...

ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମୀଭୂତ

ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମୀଭୂତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: