ଦିଗପହଣ୍ଡିରେ ଶ୍ରମିକ ଦିବସ ପାଳିତ

May 02, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ଶ୍ରମିକ ଦିବସ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 02, 2020

ଦିଗପହଣ୍ଡିର ବିଭିନ୍ନ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଶୁକ୍ରବାର ଦିନ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ବସଷ୍ଟାଣ୍ଡ ଏଆଇଟିୟୁସି କାର୍ଯ୍ଯାଳୟ ପରିସରରେ ଜିଲ୍ଲା ସଭାପତି ଅଳକନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ନିର୍ମାଣ ଶ୍ରମିକ ସଂଘର ନେତା କିଶୋର କୁମାର ଶତପଥୀ ଲାଲ ପତାକା ଉତ୍ତୋଳନ କରିଥିଲେ ।ପରେ ଶ୍ରମିକ ଦିବସର ଐତିହ୍ୟ ଏବଂ ବର୍ତ୍ତମାନର ଜ୍ଵଳନ୍ତ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ତପନ କୁମାର ମିଶ୍ର , ପ୍ରମୋଦ ଚନ୍ଦ୍ର ସ୍ଵାଇଁ , ମୂଷା ବେହେରା , ବାବୁଲା ଚୌଧୁରୀ , ଲକ୍ଷ୍ମଣ ସାହୁ , ହରିକୃଷ୍ଣ ଗୌଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିଭଳି ସିଟୁ ସହବନ୍ଧିତ ଖେମୁଣ୍ଡି ଆଞ୍ଚଳିକ ଶ୍ରମିକ ସଂଘ ପକ୍ଷରୁ ମଧ୍ୟ ଶ୍ରମିକ ଦିବସ ପାଳନ କରାଯାଇ ଥିବା ବେଳେ ସେଥିରେ ସିପିଏମ ଜିଲ୍ଲା ସଂପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ , ଅଶ୍ଵିନୀ କୁମାର ଦାସ , ଜୟନ୍ତୀ ବାଳା ମିଶ୍ର , କୁରେଶୁ ପଣ୍ଡା , ଭି.ସୁଦର୍ଶନ ରାଜୁ , ଶିବ ପ୍ରଧାନ, କୈଳାସ ମହାରଣା , ଅକ୍ଷାଂଶୁ ଜ୍ଯୋତି ଦାଶ , ଅସୀମ ଜ୍ଯୋତି ଦାଶ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଟିହ୍ନଟ

Read More...

 କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: