ଆସନ୍ତାକାଲିଠାରୁ ରାଜ୍ୟରେ ଖୋଲିବ ମଦ ଦୋକାନା , ଗାଇଡ୍ ଲାଇନ୍ ଜାରୀ

May 03, 2020, ଓଡ଼ିଶା, , BHAGYAPRABHA NEWS
ଆସନ୍ତାକାଲିଠାରୁ ରାଜ୍ୟରେ ଖୋଲିବ ମଦ ଦୋକାନା , ଗାଇଡ୍ ଲାଇନ୍ ଜାରୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 03, 2020

କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଦେଶରେ ଜାରି ଲକ୍‌ଡାଉନ୍ ଅବଧିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାକୁ ନେଇ ଗାଇଡ୍‌ ଲାଇନ୍‌ ମଧ୍ୟ ଗତକାଲି ଜାରି କରିଥିଲେ। କିଛି କହୋଳ ସହିତ ତିନି ଜୋନ୍ ରେଡ୍, ଅରେଞ୍ଜ ଓ ଗ୍ରୀନକୁ ନେଇ ଅଲଗା ଅଲଗା ନିର୍ଦ୍ଦେଶାନାମା ଜାରି କରିଥିଲେ। ଆଜି ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ରାଜ୍ୟର ସମସ୍ତ ତିନୋଟି ରେଡ୍ ଜୋନ, ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନ୍‌ରେ ମଦ ଦୋକାନ ଖୋଲିବ।ସୂଚନା ଅନୁଯାୟୀ କେନ୍ଦ୍ର ଗତକାଲି ଗାଇଡ୍‌ ଲାଇନ୍ ଜାରି କରିଥିଲା। ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ସେହି ପରି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ ଲାଇନ୍‌ରେ ସମସ୍ତ ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି। ଦୋକାନକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଗ୍ରାହକଙ୍କ ମଧ୍ୟରେ ଅତି କମରେ ଛଅ ଫୁଟ୍ ବା ଦୁଇ ଗଜ୍‌ ଦୂରତା ରହିବା ଉଚିତ୍ ଏବଂ ଦୋକାନ ବାହାରେ ଏକକାଳୀନ ୫ ଜଣରୁ ଅଧିକ ଲୋକ ଗ୍ରାହକ ରହିବା ଉଚିତ୍ ନୁହେଁ।କିନ୍ତୁ ରେଡ୍ ଓ ଅରେଞ୍ଜ ଜୋନ୍‌ରେ ସେଲୁନ ଦୋକାନ, ବିୟୁଟ୍ ପାର୍ଲର ଦୋକାନ ଖୋଲିବ ନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

Read More...

ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ୨୨୬ ଜଣ ସୁରତ ଫେରନ୍ତା ପ୍ରବାସୀ

ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ୨୨୬ ଜଣ ସୁରତ ଫେରନ୍ତା ପ୍ରବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: