ଆଜିଠୁ ୩ୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ

May 04, 2020, ଦେଶଦୁନିଆ, , BHAGYAPRABHA NEWS
ଆଜିଠୁ ୩ୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 04, 2020

ସମଗ୍ର ଦେଶରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରାୟ ୧୦୦ଟି ନିର୍ଦ୍ଦେଶନାମା ରାଜ୍ୟ ସରକାର ସକ୍ରିୟତା ସହ ପାଳନ କରିଥିବା ଜଣାପଡ଼ିଛି।ତେଣୁ ତୃତୀୟ ପର୍ଯ୍ୟାୟରେ ଅନେକ ରିହାତି ସହିତ ରାଜ୍ୟ ସରକାର ସାମାଜିକ ଦୂରତ୍ବ ତଥା ଅନ୍ୟାନ୍ୟ ଗାଇଡଲାଇନ୍ ଗୁଡ଼ିକର ଅନୁପାଳନ ପାଇଁ ତତ୍ପରତା ପ୍ରକାଶ କରିବେ। ଲକ୍ ଡାଉନ୍ ଅବଧି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହାସହିତ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର କେଉଁ ସହର କେଉଁ ଜୋନ ଅନ୍ତର୍ଭୁକ୍ତ ସେ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ସବୁ ଜିଲ୍ଲାପାଳ ଓ ପୌର କମିସନରଙ୍କୁ ଏ ସଂକ୍ରାନ୍ତରେ ଜଣାଇଛନ୍ତି ।ଏହା ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମକୁ ରେଡ ଜୋନରେ ଶ୍ରେଣୀଭୂକ୍ତ କରାଯାଇଛି । ସେହିପରି ବିଏମସିକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ବାକି ଅଞ୍ଚଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ କେନ୍ଦୁଝର, ଦେବଗଡ଼ ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ ଅରେଞ୍ଜ ଜୋନ କାଟାଗୋରୀରେ ରଖାଯାଇଛି। ଅବଶିଷ୍ଟ ୧୬ ଜିଲ୍ଲା ଗ୍ରୀନ ଜୋନରେ ରଖାଯାଇଛି।ଅତିରିକ୍ତ ଗାଇଡଲାଇନ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି। ଏବେ ରେଡ ଅରେଞ୍ଜ ଗ୍ରୀନ ଜୋନର ସାପ୍ତାହିକ ସମୀକ୍ଷା କରାଯିବ। ରୋଗୀ ଚିହ୍ନଟ ଅନୁଯାୟୀ ଜିଲ୍ଲାଗୁଡ଼ିକ କାଟାଗୋରାଇଜ୍ କରାଯିବ। ଯେଉଁଠାରେ କୌଣଁସି ରୋଗୀ ଚିହ୍ନିତ ହୋଇନାହାନ୍ତି କିମ୍ବା ଗତ ୨୧ ଦିନ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ସେସବୁକୁ ଗ୍ରୀନ ଜୋନରେ ରଖାଯାଉଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ରୋଗୀ ଦ୍ବିଗୁଣା ହେଉଥିବା ସଂଖ୍ୟାକୁ ନେଇ ରେଡ ଜୋନ ଘୋଷିତ କରାଯାଇଛି । ଯେଉଁଗୁଡ଼ିକ ରେଡ ଏବଂ ଗ୍ରୀନ ଜୋନ କାଟାଗୋରିରେ ନ ଆସୁଛନ୍ତି ସେମାନଙ୍କୁ ଅରେଞ୍ଜ ଜୋନ କରାଯାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ରାଜ୍ୟରୁ ୬ କରୋନା ପଜିଟିଭ ଚିହ୍ନଟ

ପୁଣି ରାଜ୍ୟରୁ ୬ କରୋନା ପଜିଟିଭ ଚିହ୍ନଟ

Read More...

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: