ଓକିଲ ସଂଘର ମଧ୍ୟବର୍ତ୍ତୀ ପରିଚାଳନା କମିଟି ଗଠିତ

May 09, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଓକିଲ ସଂଘର ମଧ୍ୟବର୍ତ୍ତୀ ପରିଚାଳନା କମିଟି ଗଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 09, 2020

କୋଭିଡ-୧୯ ଲକ୍ ଡାଉନ ପରିପ୍ରେକ୍ଷୀରେ ଓକିଲ ସଂଘ ଗୁଡିକର ହେବାକୁ ଥିବା ଏକକାଳୀନ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଧାରିତ ନିୟମାନୁସାରେ ଶନିବାର ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ପ୍ରଭାକର ରାଉତଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଆଇନଜୀବୀ ପରିଷଦର ନିର୍ଦ୍ଦେଶିତ ନିୟମ ପ୍ରକାରେ ତିନି ଜଣିଆ ପରିଚାଳନା କମିଟି ଚୟନ କରାଯାଇଥିଲା।ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତଙ୍କୁ ସର୍ବସମ୍ମତ ଭାବେ କମିଟିର ଅଧ୍ୟକ୍ଷ ମନୋନୀତ କରାଯାଇଥିବା ବେଳେ ଆଇନଜୀବୀ ହରପ୍ରସାଦ ରଥ ଏବଂ ହେମନ୍ତ କୁମାର ପାଣିଗ୍ରାହୀଙ୍କୁ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି।ଓକିଲ ସଂଘର ନିର୍ବାଚିତ କମିଟି ଗଠନ କରାଯିବା ପର୍ଯ୍ୟନ୍ତ ଏହି କମିଟି ଅସ୍ଥାୟୀ ଭାବେ କାମ କରିବ ବୋଲି ଜଣାପଡିଛି।ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ଏ.ସୋମେଶ୍ଵର ରାଓ,ରବିନ୍ଦ୍ର ନାଥ ପାଣିଗ୍ରାହୀ, ଚନ୍ଦ୍ରଧ୍ଵଜ ସିଂହ, ବିଜୟ କୁମାର ପ୍ରଧାନ, ସିମାଞ୍ଚଳ ପ୍ରଧାନ ଏବଂ ରବିଚନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠାରୁ KBC 2020 ପାଇଁ ରେଜିଷ୍ଟ୍ରେସନ  ଆରମ୍ଭ

ଆଜିଠାରୁ KBC 2020 ପାଇଁ ରେଜିଷ୍ଟ୍ରେସନ ଆରମ୍ଭ

Read More...

ପୁଣି ଗଞ୍ଜାମରୁ ୬ ପଜିଟିଭ ଚିହ୍ନଟ

ପୁଣି ଗଞ୍ଜାମରୁ ୬ ପଜିଟିଭ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: