ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କଲେ ୫ଟି ସଚିବ

May 09, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କଲେ ୫ଟି ସଚିବ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 09, 2020

କ୍ୱାରେଣ୍ଟାଇନ ସେଣ୍ଟରଗୁଡିକର ସୁପରିଚାଳନା ନେଇ ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ।ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ ବା ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ରଖାଯାଇଛି । ଏ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।କରୋନାର ସଫଳ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ନିୟମ କଡାକଡି ପାଳନ କଲେ ହିଁ କରୋନା ମୁକାବିଲା ନେଇ ସଫଳତା ମିଳିପାରିବ ବୋଲି ସେ ସରପଞ୍ଚମାନଙ୍କୁ ସୂଚାଇଛନ୍ତି ।ଏଥିନେଇ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା କହିବା ସହିତ ସମସ୍ତଙ୍କୁ ଦୃଢ ମନରେ ଏଦିଗରେ କାର୍ଯ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଯେଉଁ ସରପଞ୍ଚମାନେ କରୋନାକୁ ଗାଁ ଭିତରେ ପଶିବା ଉପରେ ରୋକ ଲଗାଇ ପାରିବେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍

କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍

Read More...

 ୫ଟି ଟ୍ରେନ୍‌ରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

୫ଟି ଟ୍ରେନ୍‌ରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: