ମାଲଦୀପ ମାଲେରୁ ଫେରିଲେ ୬୯୮ ଜଣ ଭାରତୀୟ

May 10, 2020, ଦେଶଦୁନିଆ, , BHAGYAPRABHA NEWS
ମାଲଦୀପ ମାଲେରୁ ଫେରିଲେ ୬୯୮ ଜଣ ଭାରତୀୟ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 10, 2020

କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି । କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 'ବନ୍ଦେ ଭାରତ ମିଶନ' ଓ 'ସେତୁ ସମୁଦ୍ର' ଦୁଇଟି ଅଭିଯାନ ଆରମ୍ଭ ହୋଇଛି । 'ବନ୍ଦେ ଭାରତ ମିଶନ' ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ 'ସେତୁ ସମୁଦ୍ର' ମିଶନର ପ୍ରଥମ ପର୍ଯ୍ୟାୟରେ ଜାହାଜରେ ମାଳଦ୍ବିପରୁ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଅପରେଶନ ସମୁଦ୍ର ସେତୁ ମାଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍ ଜଲଶ୍ଵା ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କୁ ନେଇ ଭାରତ ଆଜି କୋଚି ହାର୍ବରରେ ପହଞ୍ଚିଛି ।ଘର ବାହୁଡୁଥିବା ୬୯୮ ଭାରତୀୟଙ୍କ ମଧ୍ୟରେ ୫୯୫ ପୁରୁଷ ଏବଂ ୧୦୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଗର୍ଭବତୀ ରହିଛନ୍ତି। ଆଇଏନ୍‌ଏସ୍ ଜଲଶ୍ଵା ଏବଂ ଆଇଏନ୍‌ଏସ୍ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ନିୟୋଜିତ କରାଯାଇଛି । ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ଇଲାକାରେ ପୁଣିଥରେ ମହୁଲୀମଦ ଜବତ :୨ ଗିରଫ

ଦିଗପହଣ୍ଡି ଇଲାକାରେ ପୁଣିଥରେ ମହୁଲୀମଦ ଜବତ :୨ ଗିରଫ

Read More...

କାଲି ଅପରାହ୍ନରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

କାଲି ଅପରାହ୍ନରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: