ପୃଥକ ସ୍ଥାନରେ ଚଢ଼ାଉ: ୧୪ ଲିଟର ଦେଶୀ ମଦ ସହ ୨ ଗିରଫ

May 12, 2020, ଅପରାଧ, ଗଞ୍ଜାମ, Kiran Behera
ପୃଥକ ସ୍ଥାନରେ ଚଢ଼ାଉ: ୧୪ ଲିଟର ଦେଶୀ ମଦ ସହ ୨ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
May 12, 2020

ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ବିଭାଗ ନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ପେଟ୍ରୋଲି କରୁଥିବା ସମୟରେ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ପୃଥକ ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସଂପୃକ୍ତ ଯୁବକଦ୍ବୟ ନିକଟରୁ ୧୪ ଲିଟର ଦେଶୀମଦ ଜବତ କରାଯିବା ସହ ଏକ ବାଇକ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଛକ ନିକଟରୁ ଗୋକର୍ଣ୍ଣପୁର ଗ୍ରାମର ରାଜା ନାୟକ ନିଜ ହିରୋ ବାଇକ (ଓଡି୦୭ ପି ୫୩୫୦) ଧରି ବେଆଇନ ଭାବେ ୧୦ ଲିଟର ଦେଶୀମଦ ଧରି ଆସୁଥିଲା । ସେହିପରି ଗୋକର୍ଣ୍ଣପୁର ଗ୍ରାମରେ ଉକ୍ତ ଗ୍ରାମର ଶିବା ଦୋରା ନାମକ ଜଣେ ଯୁବକ ରାସ୍ତା ପାର୍ଶ୍ବରେ ୪ ଲିଟର ମଦ ବିକ୍ରି କରୁଥିବା ସମୟରେ ଧରାପଡ଼ିଥିବା ଜଣାପଡିଛି । ଏନେଇ ଅବକାରୀ ପୃଥକ ମାମଲା ନଂ - ୧୪/୧୫/୨୦-୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଶ୍ରୁସିକ୍ତ ଶୋକାଞ୍ଜଳି

ଅଶ୍ରୁସିକ୍ତ ଶୋକାଞ୍ଜଳି

Read More...

ବାଲେଶ୍ୱର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ବାଲେଶ୍ୱର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: