ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା : ୨୦ ସୁଦ୍ଧା ଛୁଇଁପାରେ ଉପକୂଳ

May 15, 2020, ଓଡ଼ିଶା, , BHAGYAPRABHA NEWS
ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା : ୨୦ ସୁଦ୍ଧା ଛୁଇଁପାରେ ଉପକୂଳ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 15, 2020

ଆସୁଛି ବାତ୍ୟା । ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲଘୁଚାପର ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ ବୋଲି ଆକଳନ କରାଯାଉଛି । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ସ୍ପର୍ଶ କରିବାର ଆଶଙ୍କା ରହିଛି । ଆସନ୍ତା ୧୯ କିମ୍ବା ୨୦ ତାରିଖରେ ବାତ୍ୟା ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ୮୦ରୁ ୧୦୦ କିଲୋମିଟର ବେଗରେ ପବନ ହୋଇପାରେ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ର ଆକଳନ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲଘୁଚାପର ରୂପ ନେଇଛି । ଏହା ୧୫ ତାରିଖରେ ଅବପାତ ବା ଡିପ୍ରେସନ୍ ର ରୂପ ନେବ । ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ୧୭ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ବୁଲିଯିବ । ୧୮ରୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ୪୦-୫୦ କି.ମି. ବେଗରେ ପବନ ବହିବ ।ପବନର ବେଗ ମଝିରେ ମଝିରେ ୬୦ କି.ମି. ରହିପାରେ। ୧୯ ତାରିଖରେ ବାତ୍ୟା ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ। ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୬୦-୭୦ କି.ମି. ବେଗରେ ପବନ ବହିପାରେ। ମଝିରେ ମଝିରେ ୮୦ କି.ମି. ପର୍ଯ୍ୟନ୍ତ ପବନ ବହିବା ଆଶଙ୍କା ରହିଛି । ୧୮ ତାରିଖରୁ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରେ ଅଛନ୍ତି, ସେମାନେ ୧୭ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।


ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପ ଘନୀଭୂତ ପ୍ରକ୍ରିୟା ଧିମା ରହିବା ସହ ଏହାର ସମ୍ଭାବ୍ୟ ଗତି ବି ଧିମା ରହିବ । ୧୬ ତାରିଖ ଅପରାହ୍ନ ପରେ ଏହାର ଘନୀଭୂତ ପ୍ରକ୍ରିୟା ଓ ଗତି ଆଗେଇବ । ବାତ୍ୟା ହେବା ପରେ ଏହା ଉତ୍ତର ବା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଓଡ଼ିଶା ଉପୂକଳ ପ୍ରଭାବିତ ହେବା ସମ୍ଭାବନା ଅଧିକ ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବ ୧୮ ତାରିଖରୁ ଅନୁଭୂତ ହେବ । ୧୯ରେ ଏହାର ପ୍ରଭାବ ମାତ୍ରା ଅଧିକ ରହିବ । ସମ୍ଭବତଃ ୨୦ ତାରିଖରେ ଏହା ଉତ୍ତର ଓଡ଼ିଶା କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ପ୍ରବେଶ କରିବ । ସମ୍ଭାବ୍ୟ ବାତ୍ୟା ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ତେଣୁ ଓଡ଼ିଶାରେ ୧୨୦ କି.ମି. ବେଗରେ ପବନ ବହିପାରେ । ଅନ୍ୟ ଏକ ମଡେଲ୍ କହୁଛି, ବାତ୍ୟା ଉତ୍ତର ଆନ୍ଧ୍ର କିମ୍ବା ଗଞ୍ଜାମ ଉପକୂଳ ମଧ୍ୟରେ ସ୍ଥଳଭାଗକୁ ଆସିବ । ବାତ୍ୟାର ପ୍ରଭାବ ଓ ଗତିପଥ ନେଇ ୧୬ରେ ଚିତ୍ର ସ୍ପଷ୍ଟ ହେବ ।୧୮ ତାରିଖରେ ଗଞ୍ଜାମ, ପୁରୀରେ ବର୍ଷା ହେବ । ୧୯ରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବରରେ ବର୍ଷା ସମ୍ଭାବନା ଅଛି । ୨୦ରେ ଭଦ୍ରକ ଓ ବାଲେଶ୍ବରରେ ବର୍ଷା ଅଧିକ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂଘବଦ୍ଧ ଆକ୍ରମଣ ମାମଲା ; ଅଭିଯୁକ୍ତ ୨ ଭାଇ ସମେତ ସମୁଦାୟ ୩ ଗଲେ ଜେଲ

ସଂଘବଦ୍ଧ ଆକ୍ରମଣ ମାମଲା ; ଅଭିଯୁକ୍ତ ୨ ଭାଇ ସମେତ ସମୁଦାୟ ୩ ଗଲେ ଜେଲ

Read More...

ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: