ସଂଘରୋଧ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କ ପାଇଁ ଭାଇ ସାଜିଲେ ସରପଞ୍ଚ

May 22, 2020, ଓଡ଼ିଶା, ଗଞ୍ଜାମ, Kiran Behera
ସଂଘରୋଧ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କ ପାଇଁ ଭାଇ ସାଜିଲେ ସରପଞ୍ଚ
Kiran Behera
[ Reporter,Digapahandi ]
Bhagyaprabha News Bureau
May 22, 2020

ଶୁକ୍ରବାର ଦିନ ରହିଥିଲା ବିବାହିତ ସଧବା ମହିଳାଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା । ମହିଳା ମାନେ ନିଜ ସ୍ବାମୀଙ୍କ ଦୀର୍ଘ ଆୟୁ ପାଇଁ ଏହି ପୂଜା କରିଥାନ୍ତି । ଏହି ଅବସରରେ ଦିଗପହଣ୍ଡି ବ୍ଳକର ଗୈାଡ ଗାଁ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା କିଛି ମହିଳା ପ୍ରବାସୀଙ୍କ ପାଇଁ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଭାଇ ସାଜି ଅମାବାସ୍ୟା ଭାର ଯୋଗାଡ କରି ଦେଇଥିବା ଜଣାପଡିଛି । ଖବରନୁଯାୟୀ , ପଞ୍ଚାୟତର ନୋଡାଲ ହାଇସ୍କୁଲ , ଦାଉଣୀ ଓ ଲହୁଣୀଆ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୭ ଜଣ ମହିଳାଙ୍କ ଲାଗି ସରପଞ୍ଚ ଶ୍ରୀ ସାହୁ ସମେତ ଦାୟିତ୍ଵରେ ରହିଥିବା କର୍ମଚାରୀ ମହିଳାଙ୍କ ମନୋବଳ ଦୃଢ଼ କରିବା ପାଇଁ ସାବିତ୍ରୀ ବ୍ରତ ଲାଗି ପ୍ରବାସୀଙ୍କୁ ଲୁଗା ସହ ପୂଜା ସାମଗ୍ରୀ ଠାକୁର ଫଟୋ ଏବଂ ପୁରାଣ ବହି ଦେଇଥିଲେ । ମହିଳାମାନେ ଭାର ଗ୍ରହଣ କରିବା ପରେ ଖୁସିର ସହ ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀ ଓ ସମସ୍ତ ସହଯୋଗୀଙ୍କ ସୁଖ ସମୃଦ୍ଧି ଓ ଦୀର୍ଘାୟୁ କାମନା କରିଥିଲେ । ଏଥିସହ ଆଜି ପଞ୍ଚାୟତରେ ରହୁଥିବା ପ୍ରବାସୀମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ବ୍ରହ୍ମପୁର ମେଡ଼ିକାଲରୁ ଏକ ଟିମ୍ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

Read More...

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: