ବଦଳିଲେ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ।

May 24, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବଦଳିଲେ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ।
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 24, 2020

ବିବାଦୀୟ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କୁ ଶେଷରେ ଏନ୍ଏସି ଅଧିକାରୀ ଦାୟିତ୍ବ ଛାଡିବାକୁ ପଡିଛି। କିଛି ଦିନ ଧରି ଏହି ଅଫିସର ଜଣକ କୋଦଳା ଏନଏସିର ବିଭିନ୍ନ କାର୍ଯ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ। ଗଂଜାମ ଜିଲ୍ଲାର ଚିକିଟି ଓ କୋଦଳା ଦୁଇଟି ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିବା ଏହି ଅଧିକାରୀ ଜଣକ ଅଧିକାଂଶ ସମୟରେ କୋଦଳାରେ ଏନ୍ଏସି ରେ ରହୁଥିବା ବେଳେ କୋଦଳାର କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କୁ ନେଇ ମନମୁଖୀ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଠିକାଦାର ପୋଷଣ ନୀତି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଚୁପ୍ ରହୁଥିଲେ ସଂପୃକ୍ତ ଅଧିକାରୀ। ଏପରିକି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ଯବସ୍ଥା ଅଭିଯୋଗ ସଂପର୍କୀତ ଖବର ସଂଗ୍ରହ କରୁଥିବା ବେଳେ ଦୁଇଜଣ ସାମ୍ବାଦିକଙ୍କୁ ଧମକ ଦେଇ ମିଥ୍ଯା କେଶ୍ ରେ ଫଶାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।ନିକଟରେ ଏନ୍ ଏ ସି ଅଧିନସ୍ଥ ପୁଣି ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାସି ଖାଦ୍ୟ ପରିବେଷଣ ହେଉଥିବା ନେଇ ଅନ୍ତେବାସୀ ମାନେ ପ୍ରତିବାଦ କରିଥିଲେ। ସମସ୍ତ ବେଆଇନ କାର୍ଯ୍ୟକୁ ସଲାସୁତୁରାରେ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କ ଉପରେ ଗମ୍ଭୀର ଆରୋପ ଥିବା ବେଳେ ଏନେଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଶନିବାର ତାଙ୍କୁ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଦାୟିତ୍ବରୁ ନିବୃତ୍ତ କରି ଦିଆ ଯାଇଛି। ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ର ସଂଖ୍ୟା – ୯୩୯୪(୨୦/୦୫/୨୦୨୦) ରୁ ଏନେଇ ସୂଚନା ମିଳିଛି। ପ୍ରତି ବଦଳରେ ସମ୍ବଲପୁର ରୁ ବଳୟ ଦେଉରିକୁଂ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଞ୍ଚାୟତ ପକ୍ଷରୁ ନିଆରା ଢଙ୍ଗରେ ପ୍ରବାସୀଙ୍କୁ ମିଠା ଓ ପୁଷ୍ପ ଦେଇ ଘରବାହୁଡା କରାଇଲେ

ପଞ୍ଚାୟତ ପକ୍ଷରୁ ନିଆରା ଢଙ୍ଗରେ ପ୍ରବାସୀଙ୍କୁ ମିଠା ଓ ପୁଷ୍ପ ଦେଇ ଘରବାହୁଡା କରାଇଲେ

Read More...

ଝାରସୁଗୁଡାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: