ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

May 29, 2020, ଅପରାଧ, ଗଞ୍ଜାମ, Kiran Behera
ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
Kiran Behera
[ Reporter,Digapahandi ]
Bhagyaprabha News Bureau
May 29, 2020

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପତାଗଡ ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଶଶୁର ଘର ଲୋକେ ଅଧିକ ଯୌତୁକ ଦାବିରେ ଶାରିରୀକ ନିର୍ଯ୍ୟାତନା ଦେବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ନିର୍ଯ୍ୟାତନାର ଶିକାର ହୋଇ ପ୍ରାଣ ହରାଇଥିବା ମହିଳା ଜଣକ ସାନଖେମୁଣ୍ଡି ବ୍ଳକ ପତାଗଡ ଗ୍ରାମର ରିଣ୍ଟୁ ଗୌଡଙ୍କ ପତ୍ନୀ ରାଧା ଗୌଡ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗ୍ରାମର ହରି ପାତ୍ରଙ୍କ ଝିଅ ରାଧା ଗତ ୪ ବର୍ଷ ତଳେ ସାନଖେମୁଣ୍ଡି ବ୍ଳକ ପତାଗଡ ଗ୍ରାମର ରିଣ୍ଟୁ ଗୌଡ ନାମକ ଯୁବକକୁ ବୈଦିକ ରୀତିନୀୟମ ଅନୁସାରେ ବାହା ହୋଇଥିଲେ । କିଛି ବର୍ଷ ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେଳେ ଗତ କିଛି ମାସ ହେଲା ଶଶୁର ଘର ଲୋକେ ରାଧାକୁ ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା କରୁଥିବା କହିଛନ୍ତି ବାପା ହରି ପାତ୍ର । ସବୁ ସିମା ପାର କରି ଶେଷରେ ଝିଅଙ୍କୁ ହତ୍ୟା କରିଥିବା ନେଇ ପାଟପୁର ଥାନାରେ ରିଣ୍ଟୁଙ୍କ ପରିବାର ବର୍ଗଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ହତ୍ୟାର କାରଣ ଜଣା ପଡିନଥିବା ବେଳେ ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କ୍ୟାବିନେଟରେ ୨୨ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୨୨ ପ୍ରସ୍ତାବକୁ ମଞ୍ଜୁରୀ

Read More...

ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ସୁସ୍ଥ,

ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ସୁସ୍ଥ,

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: