ବ୍ରହ୍ମପୁରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ସମାରୋହ

May 29, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ସମାରୋହ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 29, 2020

ବ୍ରହ୍ମପୁର ସ୍ଥାନୀୟ ସିଟି ହାଇ ସ୍କୁଲ୍ ରୋଡ ସ୍ଥିତ "ଗଜପତି ସେବା ଓ ସାଂସ୍କୃତିକ ସଂସଦ" ତରଫରୁ ମାନସ ଭବନ ସମ୍ମୁଖରେ ଏକ ଉପାଦେୟ ଅଥଚ ନିରାଡମ୍ବର ସହକାରେ କୋଭିଡ୍ ଯୋଦ୍ଧା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ସଂସଦର ସଦସ୍ୟ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଏବଂ ଜିଲ୍ଲା କଳାକାର ସଂଘ ସହସମ୍ପାଦକ ବଳଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ଵତ୍ରାସୀ କରୋନା ମହାମାରୀକୁ ପରାଭୂତ କରି ସମାଜ ସୁରକ୍ଷାରେ ବ୍ରତୀ ଥିବା ବ୍ୟକ୍ତିମାନେ ବାସ୍ତବରେ ଆମମାନଙ୍କ ନମସ୍ୟ ଓ ସେମାନଙ୍କୁ ଯଥାର୍ଥ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ବ୍ରହ୍ମପୁର ଆରକ୍ଷୀ ବିଭାଗର ଏସ୍.ଡି.ପି.ଓ ବିଷ୍ଣୁ ପ୍ରସାଦ ପତି ଓ ବରିଷ୍ଠ ଶିକ୍ଷାବିତ୍ ତ୍ରିନାଥ ମହାରଣା ସମ୍ବର୍ଦ୍ଧିତ ଅତିଥି ଭାବରେ ଯୋଗଦେଇ ସାମାଜିକ ଦୂରତ୍ବ ବଜାୟ, ମାସ୍କ ପରିଧାନ ଓ ସଠିକ୍ ରୂପେ ହାତ ଧୋଇ ପାରିଲେ କରୋନା ଆମ ପାଖ ମାଡ଼ି ପାରିବ ନାହିଁ ବୋଲି ସାମାଜିକ ଦୂରତ୍ବ ରକ୍ଷା ସହ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସଂସଦ ତରଫରୁ ଆରକ୍ଷୀ ବିଭାଗର ପ୍ରଶାନ୍ତ ଭୂପତି, ଭାଷତ ରଞ୍ଜନ ରାୟ, ସ୍ଵର୍ଣ୍ଣଲତା ପାତ୍ର, ଶିଶିର କୁମାର ଦାଶ, ପି. ଆନନ୍ଦ ବାବୁ, ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ, ମହେନ୍ଦ୍ର ବେହେରା, ଜ୍ଞନ ରଞ୍ଜନ ବେହେରା, ଜୟଶ୍ରୀ ସାହୁ, ସନ୍ତୋଷ କୁମାର ପାଢ଼ୀ, ନବଘନ ଗୌଡଙ୍କ ସମେତ ବାଲାଜୀ ପେଣ୍ଠ ଅଙ୍ଗନବାଡି କର୍ମୀ ସୁମତି ସାହୁ, ଆଶାକର୍ମୀ ସୁଜାତା ସାହୁ, ସାମ୍ବାଦିକ ସୁଦୀପ୍ କୁମାର ସାହୁ, ଫଟୋ ସାମ୍ବାଦିକ ଲିକୁ ଡାକୁଆ, ଗଣମାଧ୍ୟମ ବ୍ୟକ୍ତିତ୍ଵ ଜ୍ୟୋତି ରଞ୍ଜନ ଦାସ ଓ ସୁବାସ ଚନ୍ଦ୍ର ଦାସ, ମହିଳା ସ୍ଵୟଂ ସହାୟକ ସଂଘ ସଦସ୍ୟା ଏସ୍. ଶ୍ରୀଦେବୀ ଓ ଏମ୍. ଜୟ ଲକ୍ଷ୍ମୀ ଙ୍କ ସମେତ ବିଭିନ୍ନ ବର୍ଗର ତିରିଶି ଜଣ କରୋନା ଯୋଦ୍ଧାଙ୍କୁ ଆନୁଷ୍ଠାନିକ ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସିଟି ହାଇ ସ୍କୁଲ ବଣିକ ସଂଘ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ପରିଶେଷରେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
WHO ସହ ସମ୍ପର୍କ ଛିନ୍ନ କଲା ଆମେରିକା

WHO ସହ ସମ୍ପର୍କ ଛିନ୍ନ କଲା ଆମେରିକା

Read More...

ଚେନ୍‌ ପୁଲିଂ କରି ପୁଣି ଟ୍ରେନରୁ ଓହ୍ଲାଇଲେ ୧୨୦୦ ପ୍ରବାସୀ

ଚେନ୍‌ ପୁଲିଂ କରି ପୁଣି ଟ୍ରେନରୁ ଓହ୍ଲାଇଲେ ୧୨୦୦ ପ୍ରବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: