ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍

May 31, 2020, ଦେଶଦୁନିଆ, , BHAGYAPRABHA NEWS
ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
May 31, 2020

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଜାରି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଆଜି ଶେଷ ଦିନ । ଆସନ୍ତାକାଲିଠାରୁ ଆରମ୍ଭ ହେବ କରୋନା ତାଲା ଖୋଲିବା ପ୍ରକ୍ରିୟା । ସବୁଠୁ ବଡ଼ ନିଷ୍ପତି ହେଉଛି ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସପିଂ ମଲ୍ ମଧ୍ୟ ଖୋଲିବ, ତେବେ ସିନେମା ହଲ, ପାର୍କ, ବାର ଆଦି ବନ୍ଦ ରହିବ । ତେବେ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ଏ ନେଇ ରାଜ୍ୟ ସରକାରଙ୍କ ସହ ଜୁଲାଇ ମାସରେ ନିଷ୍ପତି ନେବେ କେନ୍ଦ୍ର ସରକାର । ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ଥିବା ଗମନାଗମନ ଉପରେ କଟକଣାକୁ ହଟାଇ ଦିଆଯାଇଛି । ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ଭଳି ଅଧିକ ଜନସମାଗମ ହେଉଥିବା ଉତ୍ସବକୁ ବାରଣ କରାଯାଇଛି ।ପରିସ୍ଥିତି ଦେଖି ନିଷ୍ପତି ନେବେ କେନ୍ଦ୍ର ସରକାର । ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ । ଏ ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

Read More...

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ  ରୋହିତ ଶର୍ମା ମନୋନୀତ

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମା ମନୋନୀତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: