କଂସାମାରୀ ଗ୍ରାମରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବଜ୍ରକାପ୍ତା

June 01, 2020, ବିଶେଷ, ଗଞ୍ଜାମ, Kiran Behera
କଂସାମାରୀ ଗ୍ରାମରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବଜ୍ରକାପ୍ତା
Kiran Behera
[ Reporter,Digapahandi ]
Bhagyaprabha News Bureau
June 01, 2020

ପାରଳାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ଓ ପୋଡାମାରୀ ବନାଞ୍ଚଳ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମରୀ ଗ୍ରାମରୁ ସୋମବାର ସକାଳ ସାଢେ ୭ ଘଣ୍ଟା ସମୟରେ ଏକ ବିରଳ ପ୍ରଜାତିର ପ୍ରାଣୀ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ସୋମବାର ସକାଳ ଗ୍ରାମ ପଛପଟେ ଥିବା ନଡିଆ ବଗିଚା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ନିକଟରେ ଏହି ବଜ୍ରକାପ୍ତାଟିକୁ ବୁଲୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ପୋଡାମାରୀ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଚନ୍ଦ୍ରଗିରି ଓ ପୋଡାମାରୀ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ଏହାପରେ ବଜ୍ରକାପ୍ତାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପୋଡାମାରୀ ବନାଞ୍ଚଳ ଅଧିକାରୀ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଲଖାରୀ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ଜଣାପଡିଛି । ଏହି ଉଦ୍ଧାର ସମୟରେ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ପୋଡାମାରୀ ଫରେଷ୍ଟର ଲକ୍ଷ୍ମୀକାନ୍ତ ପାତ୍ର , ଲୁହାଗୁଡି ଫରେଷ୍ଟ ଗାର୍ଡ କାଳିଆ ପ୍ରଧାନ , ଟି . ଗୋବିନ୍ଦପୁର ଫରେଷ୍ଟ ଗାର୍ଡ ସୁଧାକର ଖଣ୍ଡାଳୁ , ପୋଡାମାରୀ ଫରେଷ୍ଟ ଗାର୍ଡ ଗାୟତ୍ରୀ ପ୍ରଧାନ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନ୍ମଜୟନ୍ତୀ ଅବସରରେ କରୋନା ଯୋଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀ ଓ  ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜନ୍ମଜୟନ୍ତୀ ଅବସରରେ କରୋନା ଯୋଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Read More...

ଜନ୍ମଦିନ ଅବସରରେ ନର୍ଗିସଙ୍କୁ ମନେ ପକାଇଲା ବଲିଉଡ

ଜନ୍ମଦିନ ଅବସରରେ ନର୍ଗିସଙ୍କୁ ମନେ ପକାଇଲା ବଲିଉଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: