ବ୍ରହ୍ମପୁରରେ ବିଜୁଳି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

June 01, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁରରେ ବିଜୁଳି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 01, 2020

ସାରା ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ନ ଡରି ଲୋକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରି ଚାଲିଛି ବିଜୁଳି ବିଭାଗ । ଆମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡ଼ି ବଡ଼ି ଚାଲିଛି । ଗୋଟେ ପଟେ ଲୋକେ କରୋନାରେ ଭୟଭୀତ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଭୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଣ ନେଇ ବ୍ରହ୍ମପୁର ସାଉଥକୋ କର୍ମଚାରୀଙ୍କ ଉଦ୍ୟମ ସାଧାରଣରେ ସନ୍ତୋଷ ପ୍ରକାଶ । କରୋନା ମହାମାରୀ ବିରୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କ ଭଳି ନିଜ ଜୀବନକୁ ବାଜି ଲଗାଇ ସାଉଥକୋ କର୍ମଚାରୀ ଯେପରି ଭାବେ କାର୍ଯ୍ୟ କରୁଛନ୍ତି ତାହା ସର୍ବସାଧାରଣରେ ପ୍ରଶଂସନୀୟ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ନିଜ ପରିବାର କଥା ଚିନ୍ତା ନକରି ନିଜ ଜୀବନକୁ ବାଜି ଲଗାଇ ନିଜ ନିଜର କର୍ତ୍ତବ୍ୟ କରି କରୋନା ଯୋଦ୍ଧା ପାଲଟିଛନ୍ତି । ଏମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । କର୍ପୋରେସନ ରୋଡ଼ ସ୍ଥିତ ସାଉଥକୋ କାର୍ଯ୍ୟାଳୟ ପରିସରରେ ବିଜୁଳି କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ମାସ୍କ, ସାନିଟାଇଜ୍, ଉପଢ଼ୌକନ ଦିଆଯିବା ସହ ପୁଷ୍ପପୁଷ୍ଟି କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଅନନ୍ତ ରାମ ପ୍ରଧାନ, ବିଜେପି କର୍ମୀ ମଧୁସୂଦନ ସାହୁ, ରମେଶ ଚନ୍ଦ୍ର ପାଣିଗ୍ରାହୀ, ଦେବୀ ପ୍ରସାଦ ପାଢ଼ୀ, ବ୍ରଜେନ୍ଦ୍ର ଚୌଧୁରୀ, ସୁଶୀଳା ମାଲିକ, ସୁଜାତା ବିଷୋୟୀ, ଲକ୍ଷ୍ମୀ ବେହେରା, ବବିତା ପତ୍ର, ନିବେଦିତା ପାଢ଼ୀ ପ୍ରମୁଖ ଯୋଗଦେଇ ବ୍ରହ୍ମପୁରର ୩ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ, ଲାଇନ୍ ମେନ୍ ଏବଂ ତାଙ୍କ ସହାୟକ ମାନଙ୍କୁ କରୋନା ଯୋଦ୍ଧା ଭାବେ ପ୍ରାୟ ୫୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବର ଶେଷରେ ସମସ୍ତେ ରାଷ୍ଟ୍ରଗୀତ ଗାନ କରି କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗରୋଧ କେନ୍ଦ୍ରରେ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ଗିରଫ

ସଙ୍ଗରୋଧ କେନ୍ଦ୍ରରେ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ମାମଲାରେ ଅଭିଯୁକ୍ତ ଗିରଫ

Read More...

ତୃଣମୂଳ ସ୍ତରରୁ ଲୋକଙ୍କ ସହ ଥିବା କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ତୃଣମୂଳ ସ୍ତରରୁ ଲୋକଙ୍କ ସହ ଥିବା କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: