ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ବୈଠକ ଅନୁଷ୍ଠିତ

June 02, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ବୈଠକ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
June 02, 2020

ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ସମୟରେ ଉତ୍ତୀର୍ଣ୍ଣ ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ସହ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେ଼ଇ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ । ଜାତି ଜନଜାତି ବର୍ଗର ନବମ ଓ ଯୁକ୍ତ ୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇ ନୂତନ କ୍ଳାସରେ ନାମ ଲେଖାଇବା ପରେ ପରୀକ୍ଷା ଫିଜ ଛାଡ ନିମନ୍ତେ ଫର୍ମ ଫିଲାପ ସମୟରେ ତହସିଲ କାର୍ଯ୍ୟାଳୟ ଯିବାକୁ ପଡୁଥିଲା । ଏଣୁ ତହସିଲଦାର ଶ୍ରୀ ସ୍ବାଇଁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କୁ ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରି ତହସିଲ କାର୍ଯ୍ୟାଳୟରେ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ସେମାନଙ୍କ ଜାତିଗତ ପ୍ରମାଣପତ୍ର ବିଦ୍ୟାଳୟ ପରିସରରେ ଆଗୁଆ ମିଳିପାରିବ ତାହା ନେଇ ବୈଠକ କାର୍ଯ୍ୟକ୍ରମରେ ସବିଶେଷ ଆଲୋଚନା ହୋଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା ନିମନ୍ତେ ଗୁରୁତ୍ବ ଦେବାପାଇଁ ତହସିଲଦାର ଶ୍ରୀ ସ୍ବାଇଁ ଉପସ୍ଥିତ ଅଧିକାରୀ ଓ ଅଧ୍ୟକ୍ଷ ମାନଙ୍କୁ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

Read More...

ଗ୍ରାମ ପରିକ୍ରମା କରି ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରୁଛନ୍ତି ତହସିଲଦାର

ଗ୍ରାମ ପରିକ୍ରମା କରି ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରୁଛନ୍ତି ତହସିଲଦାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: