ମଣ୍ଡଳ କାରାଗାରରେ ୨ ଅନ୍ତେବାସୀ କରୋନା ଆକ୍ରାନ୍ତ

June 06, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ମଣ୍ଡଳ କାରାଗାରରେ ୨ ଅନ୍ତେବାସୀ କରୋନା ଆକ୍ରାନ୍ତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 06, 2020

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜେଲ ଭିତରେ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ ଡର ପ୍ରବେଶ କରିଛି। ୨ ଅଭିଯୁକ୍ତ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଶୀଳତାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଏକ ଗଣ୍ଡଗୋଳ ଘଟଣାକୁ ନେଇ ଜିଲ୍ଲାର ଜରଡ଼ା ଥାନାରେ ଗତ ୩ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା। ସେହି ମାମଲାକୁ ନେଇ ସେଦିନ ଜଣେ ଓ ତା ପରଦିନ ଅର୍ଥାତ ୪ ତାରିଖରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜରଡା ଥାନା ପୁଲିସ। ଏହା ପରେ ଉଭୟ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ଜେଲକୁ ରିମାଣ୍ଡ କରିଥିଲେ।ଜେଲରେ ଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ କରୋନା ଭାଇରସ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାରଙ୍କ ପ୍ରଟୋକଲ ଓ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ଆମେ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛୁ। ୨ ପଜିଟିଭଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କହିଛୁ।ଏବେ ଥାନା ପରିସରକୁ ସାନିଟାଇଜ କରିବା ପାଇଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଥାନାରୁ କ୍ୱାରେଣ୍ଟାଇନ ଯିବାକୁ ଥିବା କର୍ମଚାରୀଙ୍କ ବଦଳରେ ଏଠାରେ ବିକଳ୍ପ ବ୍ୟବସ୍ଥା କରାଯିବା ପାଇଁ କୁହାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ଓଏସଆରଟିସି ବସ୍

ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ଓଏସଆରଟିସି ବସ୍

Read More...

ବାଲିଗୁଡା ଉପଖଣ୍ଡରେ ଆବାସ ଯୋଜନା ସାତ ସପନ

ବାଲିଗୁଡା ଉପଖଣ୍ଡରେ ଆବାସ ଯୋଜନା ସାତ ସପନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: